ମୃତ୍ୟୁ ପରେ ୨ବର୍ଷୀୟ ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ଜାଣିଲେ ପରିବାର ଲୋକେ

ଔରାଙ୍ଗାବାଦ୍‌ : ଔରାଙ୍ଗାବାଦ୍‌ର ଅହମଦନଗରରେ ଥିବା ରାହୁରୀ ରେଳ ଷ୍ଟେସନରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ୨ବର୍ଷୀୟ ଶିଶୁ ଦୁଷ୍କର୍ମର ଶିକାର ହେବା ପରେ ସଂକ୍ରମଣ ହେବାରୁ ତା’ର ମୃତ୍ୟୁ ଘଟିଥିଲା । କିନ୍ତୁ ମୃତ୍ୟୁ ପରେ ଶିଶୁଟି ଦୁଷ୍କର୍ମର ଶିକାର ହୋଇଥିବା ନେଇ ଜାଣିଥିଲେ ପରିବାର ଲୋକେ । ଖବରଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

timesnownews.com

ସୂଚନା ମୁତାବକ, ଔରାଙ୍ଗାବାଦ୍‌ର ଗ୍ରାମାଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ପିତା ମନମାଡକୁ ଚାକିରି ଖୋଜିବା ପାଇଁ ଆସିଥିଲେ । ତାଙ୍କ ସହ ତାଙ୍କର ପୂରା ପରିବାର ମଧ୍ୟ ଆସିଥିଲା । ସଂନ୍ଧ୍ୟା ହେବା ପରେ ତାଙ୍କୁ ମନମାଡରୁ ଇଗତପୁରୀ ଯିବାକୁ ଥିବା ବେଳେ ପୂରା ପରିବାର ଭୁଲରେ ସୋଲାପୁର-ପୁଣେ ଟ୍ରେନ୍‌ରେ ଚଢ଼ି ଯାଇଥିଲେ । ଭୁଲ ଟ୍ରେନ୍‌ରେ ଚଢ଼ିଥିବା ଜାଣି ପୀଡ଼ିତା ନିଜ ବାପା ଓ ଦୁଇ ଭାଇ-ଭଉଣୀଙ୍କ ସହ ରାହୁରୀ ରେଳ ଷ୍ଟେସନରେ ଓହ୍ଲାଇଥିଲେ । କିନ୍ତୁ ପୀଡ଼ିତାଙ୍କ ମା’ ଟ୍ରେନ୍‌ରେ ରହି ଯାଇଥିଲେ । ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ପୀଡ଼ିତାଙ୍କ ବାପା ରାହୁରୀ ରେଳ ଷ୍ଟେସନରେ ବସି ରହିଥିବା ବେଳେ ତାଙ୍କ ଆଖି ଲାଗି ଯାଇଥିଲା । ଏହି ସମୟରେ କିଛି ଦୁବୃର୍ତ୍ତ ପୀଡ଼ିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିବା ସହ ପୁଣି ଆଣି ତାଙ୍କ ବାପାଙ୍କ ପାଖରେ ଛାଡ଼ି ଦେଇଥିଲେ । ପୀଡ଼ିତାଙ୍କ ମା’ ଫେରିବା ପରେ ସମସ୍ତେ ନିଜ ଘରକୁ ବାହାରିଥିଲେ । କିନ୍ତୁ ବାଟରେ ପୀଡ଼ିତା ଜୋର୍‌ରେ କାନ୍ଦିବା ଆରମ୍ଭ କରିଥିଲେ । ଗୁଣି ଗାରେଡ଼ି ସନ୍ଦେହରେ ପରିବାର ଲୋକେ ତାନ୍ତ୍ରିକ ପାଖକୁ ନେଇ ଯାଉଥିବା ବେଳେ ଅଧ ବାଟରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ହେବା ପରେ ଦୁଷ୍କର୍ମ ପାଇଁ ସଂକ୍ରମଣର ଶିକାର ହେବାରୁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଥିଲା । ପୂରା ମାମଲା ଜାଣିବା ପାଇଁ ପୁଲିସ ରାହୁରୀ ରେଳ ଷ୍ଟେସନର ସିସିଟିଭି ଯାଞ୍ଚ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର