ଭୁବନେଶ୍ୱର : ମିଥ୍ୟା ଅଭିଯୋଗ ପ୍ରତିବାଦରେ ନୂଆପଲ୍ଲୀ ଥାନାରେ ହଙ୍ଗାମା କରିଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ, ଆଇଆର୍ସି ଭିଲେଜ୍ ଗଣପତି ବସ୍ତିର ଦୁଃଖିଶ୍ୟାମ ରେଡ୍ଡୀ ଓ ସାଲିଆ ସାହିର କାଳିନ୍ଦୀ ଭୋଇ। ଡାନ୍ସ ଏକାଡେମିର ମାଲିକାଣୀ ସାଲିଆସାହି ଆଦିବାସୀ ଗାଁର ମିତାଲି ପାତ୍ରଙ୍କ ଅଭିଯୋଗକ୍ରମେ ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏକାମ୍ର ପାର୍କ ନିକଟରେ ମିତାଲିଙ୍କର ଏକ ଡାନ୍ସ ଏକାଡେମି ରହିଛି। ଏଠାରେ ଦୁଃଖୀଶ୍ୟାମ ଓ କାଳିନ୍ଦୀ ଭୋଇ ନାଚ ଶିଖୁଥିଲେ। ନିକଟ ଅତୀତରେ ଉଭୟେ ଏକ କାର୍ଯ୍ୟକ୍ରମକୁ ଯାଇ ନୃତ୍ୟ ପରିବେଷଣ କରିଥିଲେ। କିନ୍ତୁ ଏ ବାବଦରେ କିଛି ପାରିଶ୍ରମିକ ପାଇ ନ ଥିଲେ। ଏନେଇ ସେମାନେ ଶିକ୍ଷକ ପ୍ରଭାତ ପ୍ରଧାନଙ୍କୁ କହିଥିଲେ। କିନ୍ତୁ ନୂଆ କରି ନାଚ ଶିଖୁଥିବାରୁ ପାରିଶ୍ରମିକ ମିଳିବ ନାହିଁ ବୋଲି ସେ ମନା କରିବାରୁ ଏହି ଛାତ୍ରମାନେ ହୋ ହଲ୍ଲା କରିଥିଲେ। ଅନୁଷ୍ଠାନ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ପରେ ନୂଆପଲ୍ଲୀ ଥାନା ପୁଲିସ ଖବର ପାଇ ସମସ୍ତଙ୍କୁ ଥାନାକୁ ଆଣିଥିଲା। ଥାନାରେ ମଧ୍ୟ ପାଟିତୁଣ୍ଡ କରିଥିଲେ। ଅପରପକ୍ଷେ ଛାତ୍ରମାନଙ୍କୁ ପୁଲିସ ଅଟକ ରଖିବାରୁ ଅନ୍ୟ ସାଙ୍ଗମାନେ ଆସି ସେଠାରେ ପାଟିତୁଣ୍ଡ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ନୂଆପଲ୍ଲୀ ଥାନାରେ ହଙ୍ଗାମା ମାମଲା : ଜେଲ୍ ଗଲେ ଦୁଇ ଯୁବକ
/sambad/media/post_attachments/wp-content/uploads/2020/02/jail2_9-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)