ନୂଆଦିଲ୍ଲୀ : ୟୁଏଇର ଆବୁଧାବିରେ ଘଟିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଭାବିସ୍ୱାମୀଙ୍କ ସାମାନ୍ୟ ଭୁଲ ପାଇଁ ଭାବିପତ୍ନୀ ପୁଲିସରେ ଅଭିଯୋଗ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିଯୋଗ ପରେ ଅଦାଲତ ଭାବିସ୍ୱାମୀକୁ ୬୦ଦିନ ଜେଲଦଣ୍ଡ ଶୁଣାଇବା ସହ ୪ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଦୁହେଁ ପରସ୍ପର ସହ ହ୍ଵାଟ୍ସଆପ୍ ଜରିଆରେ ଚାଟିଂ କରୁଥିଲେ । ଏହି ସମୟରେ ଭାବିସ୍ୱାମୀ ନିଜ ଭାବିପତ୍ନୀଙ୍କୁ ମୁର୍ଖ ବୋଲି ଥଟ୍ଟାରେ ଲେଖି ପଠାଇଥିଲେ । ଭାବିସ୍ୱାମୀଙ୍କୁ ଏଭଳି ଶବ୍ଦ ତାଙ୍କୁ କହୁଥିବା ଦେଖି ମହିଳାଜଣଙ୍କ ରାଗିଯିବା ସହ ପୁଲିସ ଆଗରେ ଏହାର ଅଭିଯୋଗ କରିଥିଲେ । ଯଦି କେହି ସୋସିଆଲ ମିଡ଼ିଆ ଜରିଆରେ ଅପଶବ୍ଦର ବ୍ୟବହାର କରେ ତାହା ସାଇବର କ୍ରାଇମ୍ ଅଧିନରେ ଆସୁଥିବାରୁ ମହିଳା କରିଥିବା ଅଭିଯୋଗ ସାଇବର କ୍ରାଇମ ଅଧିନରେ ଆସିବା ସହ ଏହାକୁ ଗମ୍ଭୀରତାର ସହ ନିଆ ଯାଇଥିଲା ।
/sambad/media/post_attachments/wp-content/uploads/2018/12/man_in_uae_jailed_for_60_days__fined_20000_dirhams_for_calling_fiancee_idiot_on_whatsapp_1544441816_800x420-300x158.jpg)
ଏହି ଘଟଣା ପରେ ଭାବିସ୍ୱାମୀଙ୍କୁ ୬୦ଦିନ ଜେଲ ଏବଂ ୪ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ଅଦାଲତ ପକ୍ଷରୁ କୁହାଯାଇଥିଲା । ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଜଣେ ବ୍ରିଟିଶ ଯୁବକ ଦୁବାଇର ଜଣେ କାର୍ ଡ଼ିଲରଙ୍କୁ ରାଗିବାର ଇମୋଜି ପଠାଇ ଜେଲ ଯାଇଥିଲେ ।