ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ସମୟରେ ଏମିତି ଅନେକ ଯାତ୍ରୀ ଅଛନ୍ତି ଯେଉଁମାନଙ୍କ ଅସ୍ୱାଭାବିକ କାମ ପାଇଁ ବାକି ଅନ୍ୟ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ନିକଟରେ ଜଣେ ମହିଳା ବିମାନରେ ଯାତ୍ରା ସମୟରେ ଏପରି କାମ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏକ ଚାର୍ଟର ବିମାନ ପିଏସ୍ ୬୨୧୨ରେ ମହିଳା ଜଣକ ତୁର୍କିରୁ ୟୁକ୍ରେନ୍ ଯାଉଥିଲେ। ଏହି ସମୟରେ ତାଙ୍କୁ ବିମାନ ଭିତରେ ପ୍ରବଳ ଗରମ ଲାଗିଥିଲା। ସେ ଗରମକୁ ସହ୍ୟ କରି ନପାରି କାହାକୁ କିଛି ନଜଣାଇ ବିମାନରେ ଥିବା ଜୁରୁରୀକାଳୀନ ଦ୍ୱାରକୁ ହଠାତ ଖୋଲି ଦେଇଥିଲେ। ଏପରିକି ଉକ୍ତ ଦ୍ୱାର ଦେଇ ବିମାନର ଉଇଙ୍ଗରେ ଯାଇ ଛିଡ଼ା ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।
ମହିଳାଙ୍କ ଏଭଳି ଅସ୍ୱାଭାବିକ କାମକୁ ଦେଖି ପାଇଲଟ ତୁରନ୍ତ ଆମ୍ବୁଲାନ୍ସ, ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ। କିଛିସମୟ ପରେ ଉକ୍ତ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ମହିଳାଙ୍କ ଏଭଳି କାମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଉକ୍ତ ମହିଳାଙ୍କ ଏଭଳି ଦାୟିତ୍ୱହୀନ କାମକୁ ନେଇ ସୋସିଆଲମିଡିଆ ବ୍ୟବହାରକାରୀ ସମାଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/aircraft_1200_insta.jpg)