ଭିଡିଓରେ ଦେଖନ୍ତୁ ଟଙ୍କା ବାହାର ନ କରି ପାରିବାରୁ କିଭଳି ଏଟିଏମ୍‌ ମେସିନ୍‌କୁ କାର୍‌ରେ ବାନ୍ଧି ନେଇଗଲେ ଚୋର

ସତନା : ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଚୋରମାନେ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଟିଏମ୍‌ ମେସିନ୍‌ରୁ ଟଙ୍କା ବାହାର ନ କରି ପାରିବାରୁ ଚୋରମାନେ ଏଟିଏମ୍‌ ମେସିନ୍‌ ତାଡ଼ି ନିଜ କାର୍‌ରେ ବାନ୍ଧି ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଏଟିଏମ୍‌ ଚୋରି ହେବା ସମୟରେ ସେଥିରେ ୨୯.୫୫ଲକ୍ଷ ଟଙ୍କା ଥିଲା ବୋଲି ଜଣାପଡ଼ିଛି । ଘଟଣାଟି ଶୁକ୍ରବାର ସକାଳ ସମୟରେ ଘଟିଥିବା ବେଳେ ଏହାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଚୋର କାର୍‌ରେ ଏଟିଏମ୍‌ ମେସିନ୍‌ ବାନ୍ଧି ଘୋଷଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି । ପୁଲିସ ଭିଡିଓ ଆଧାରରେ ଏତଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

ସୂଚନା ମୁତାବକ, ଘଟଣାଟି ଘଟିଥିଲା ଅମରପାଟନ ଥାନା କ୍ଷେତ୍ରରେ । ଗୁରୁବାର ବିଳମ୍ବିତ ରାତିରେ ଚୋରମାନେ ଅମରପାଟନ-ସତନା ମାର୍ଗରେ ଥିବା ଏସ୍‌ବିଆଇର ଏଟିଏମ୍‌ ଭାଙ୍ଗି ଫେରାର ହୋଇ ଯାଇଥିଲେ । ଏହି ଘଟଣାର ଭିଡିଓ ଏବେ ଟୁଇଟ୍‌ର ସେୟାର କରାଯାଇଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର