ବାପ ଘରକୁ ଯାଇ ପାରୁ ନଥିବାରୁ ପୁଅ-ଝିଅଙ୍କ ସମତେ ନିଜ ଦେହରେ ନିଆଁ ଲଗାଇଲେ ମହିଳା

ହାମିରପୁର : ବାପ ଘରକୁ ଯାଇ ପାରୁ ନଥିବାରୁ ରାଗରେ ଜଣେ ୨୫ବର୍ଷୀୟ ମହିଳା ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । ଘଟଣାଟି ହାମିରପୁର ଜିଲ୍ଲାରେ ଘଟିଥିବା ବେଳେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଡାକ୍ତରଖାନା ଯିବା ବାଟରେ ମହିଳାଙ୍କ ଝିଅର ମୃତ୍ୟୁ ହୋଇଥିବା ବେଳେ ପୁଅର ଅବସ୍ଥା ଏବେ ଗୁରୁତର ଥିବା କହିଛି ପୁଲିସ ।

Image result for death
AI News

ସୂଚନା ମୁତାବକ, ମୃତ କିରଣ ନିଜ ମା’ଙ୍କ ଘରକୁ ଯିବା ପାଇଁ ଜିଦ୍‌ ଧରି ବସିଥିଲେ । କିନ୍ତୁ କୌଣସି କାରଣରୁ ଏହା ସମ୍ଭବ ହୋଇ ପାରି ନଥିଲା । ଯାହାଦ୍ୱାରା ସେ ରାଗି ଶନିବାର ନିଜ ପୁଅ ଅଙ୍କିତ୍‌ ଓ ଝିଅ ସଙ୍ଗୀତାଙ୍କୁ ନିଜ ସହ ଏକ ଘରେ ବନ୍ଦ କରି ଦେଇଥିଲେ । ପରେ ପୁଅ-ଝିଅଙ୍କ ସମେତ ନିଜ ଦେହରେ କିରୋସିନ୍‌ ଢ଼ାଳି ସେ ନିଆଁ ଲଗାଇ ଦେଇଥିଲେ । ପଡ଼ୋଶୀ ନିଆଁ ଦେଖି ୩ଜଣଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିରଣ ଓ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା । ଏବେ ଅଙ୍କିତ ନିଜ ଜୀବନ ସହ ସଂଘର୍ଷ କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର