ଅପ୍ରାକୃତିକ ଯୌନସମ୍ପର୍କ ମାମଲା: ଆସାମୀକୁ ୪ ବର୍ଷ ଜେଲ୍‌

ଯାଜପୁରଟାଉନ/ସଦର: ଜଣେ ୮ ବର୍ଷର ନାବାଳକ ସହିତ ତା’ର ଜଣେ ସଂର୍ପକୀୟ ଭାଇ ଚଢ଼େଇ ଧରିବାର ଲୋଭ ଦେଖାଇ ଅପ୍ରାକୃତିକ ଯୌନ ସଂପର୍କ ରଖିବା ମାମଲାର ବିଚାର କରି ମାନ୍ୟବର ଜିଲ୍ଲା ଅତିରିକ୍ତ ଦୌରାଜଜ୍‌ ବିକ୍ରମ ପ୍ରଧାନ ଆସାମୀକୁ ୪ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନାର ରାୟ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଟମକା ଥାନା ଧୁଳିଆପଶି ଗ୍ରାମର ଜଣେ ନାବାଳିକକୁ ତାର ମାଉସୀ ପୁଅ ଭାଇ ପୁଟନ ପାତ୍ର ଚଢ଼େଇ ଧରିବା ଲୋଭ ଦେଖାଇ ଜଙ୍ଗଲକୁ ନେଇ ଯୌନ ସଂପର୍କ ରଖିଥିଲା।

ପରେ ନାବାଳକ ଜଣକ ରକ୍ତାକ୍ତ ଅବସ୍ଥାରେ ଘରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲା। ଏନେଇ ପରିବାର ପକ୍ଷରୁ ଟମକା ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ କେସ ନଂ ୧୧୨/୧୪ ଦଫା ୩୭୭ ଆଇପିସି ଓ ୪ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୋଟ ୮ ଜଣ ସାକ୍ଷୀଙ୍କ ବୟାନକୁ ନେଇ ଆଜି ଚୂଡ଼ାନ୍ତ ଶୁଣାଣି କରାଯାଇଥିଲା। ସାକ୍ଷ୍ୟପ୍ରମାଣ ଆଧାରରେ ଆସାମୀକୁ ୪ବର୍ଷ ଜେଲଦଣ୍ଡ ସହ ୫ ହଜାର ଟଙ୍କାର ଜରିମାନା ରାୟ ପ୍ରକାଶ କରିଛନ୍ତି। ମାମଲାଟିକୁ ସରକାରୀ ଓକିଲ ଅଜୟ କୁମାର ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର