ବିବାହ ପ୍ରତିଶ୍ରୁତି ଦେଇ ଝିଆରୀକୁ ଦୁଷ୍କର୍ମ କରୁଥିଲା ଦାଦା, ନବଜାତକୁ ଜନ୍ମ ଦେବା ପରେ ସାମ୍ନାକୁ ଆସିଲା ଅସଲ ଚେହେରା

ପୁଣେ : ପୁଣେରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ବିବାହର ପ୍ରତିଶ୍ରୁତି ଦେଇ ଝିଆରୀକୁ ଦୁଷ୍କର୍ମ କରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳିକା ଦୁଷ୍କର୍ମର ଶିକାର ହୋଇ ଏକ ନବଜାତକୁ ଜନ୍ମ ଦେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ସବୁ ସତ ସାମ୍ନାକୁ ଆସିବା ପରେ ଗିରଫ ହେବା ଭୟରେ ଅଭିଯୁକ୍ତ ଦାଦା ଫେରାର ଥିବା ବେଳେ ପୁଲିସ ଖୋଜିବା ଆରମ୍ଭ କରିଛି ।

IndianMoney.com

ସୂଚନା ମୁତାବକ, ୧୭ବର୍ଷୀୟ ପୀଡ଼ିତା ନିଜ ଜେଜେ ମା’ ଏବଂ ଜେଜେ ବାପାଙ୍କ ସହ ରହୁଥିଲେ । ତାଙ୍କ ସହ ରହୁଥିଲେ ପୀଡ଼ିତାଙ୍କ ଦୁଇ ସଂପର୍କୀୟ ଦାଦା । ଦୁହିଁଙ୍କ ମଧ୍ୟରେ ଜଣେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ଅଭିଯୁକ୍ତ ଦାଦା ବିବାହିତ ହୋଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ଅଭିଯୁକ୍ତ ଦାଦାଙ୍କ କୁଦୃଷ୍ଟି ଝିଆରୀ ଉପରେ ପଡ଼ିଥିଲା । ପୀଡ଼ିତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନିଆଯାଇଥିଲା । ଯାହା ପରେ ସେ ଗର୍ଭବତୀ ଥିବା ସାମ୍ନାକୁ ଆସିଥିଲା । ଗର୍ଭଧାରଣର ୭ମାସରେ ହିଁ ପୀଡ଼ିତା ନବଜାତକୁ ଜନ୍ମ ଦେଇଥିଲେ । ପୀଡ଼ିତା ନାବାଳିକା ବୋଲି ଜାଣି ଡ଼ାକ୍ତର ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି ପଚାରିବା ପରେ ଦାଦାର ଅସଲ ଚେହେରା ସାମ୍ନାକୁ ଆସିଥିଲା । ଏବେ ଅଭିଯୁକ୍ତକୁ ଖୋଜୁଛି ପୁଲିସ ।

ସମ୍ବନ୍ଧିତ ଖବର