ବିହାର ଲଜ୍ଜା: ଗଣଦୁଷ୍କର୍ମର ଶିକାର ହେଲେ ଚିକିତ୍ସା ହେବାକୁ ଯାଇଥିବା ବିଚାରାଧୀନ କଏଦୀ

ମୁଜାଫର୍‌ପୁର: ବିହାରର ମୁଜାଫର୍‌ପୁର ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମୁଜାଫର୍‌ପୁରରେ ଥିବା ଶ୍ରୀ କ୍ରିଷ୍ଣା ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା ହେବାକୁ ଭର୍ତ୍ତି ହୋଇଥିବା ଜଣେ ବିଚାରାଧୀନ କଏଦୀ ୨ ଜଣ ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ମିଳିଛି। ମହିଳା କଏଦୀ ଜଣଙ୍କ ଜେଲ୍‌ରେ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସହ ଏପରି ଘଟିଥିବା ସୂଚନା ରହିଛି।

ଚିକିତ୍ସା ହୋଇସାରି ଶୁକ୍ରବାର ଦିନ ମହିଳା ଜଣକ ହସ୍ପିଟାଲ୍‌ରୁ ଜେଲ୍‌ରେ ଫେରି ଜେଲ୍‌ ସୁପରିଟେଣ୍ଡେଣ୍ଟ୍‌ଙ୍କୁ କହିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ଜଣକ ଏ ନେଇ ଏକ ଲିଖିତ ଅଭିଯୋଗ କରିବା ପରେ ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗରେ ଲେଖାଯାଇଛି ଯେ ପୀଡ଼ିତା ମହିଳା ଜଣକ ଦୁଇ ଜଣ ପୁରୁଷଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ନଭେମ୍ବର ୧୪ ତାରିଖ ରାତିରେ ଶୈଳେଶ କୁମାର ଓ ଛୋଟେଲାଲ କୁମାର ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ତୁରନ୍ତ ଗ୍ରହଣ କରାଯିବ ବୋଲି ସୀତାମରାହି ଜିଲ୍ଲା ମାଜିଷ୍ଟ୍ରେଟ୍‌ ରଣଜୀତ କୁମା ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର