ବେରୋଜଗାର, ନିରାଶ ଯୁବକମାନେ ଦୁଷ୍କର୍ମ କରୁଛନ୍ତି: ହରିଆଣା ଦୁଷ୍କର୍ମ ମାମଲା ଉପରେ ମତ ରଖିଲେ ବିଜେପି ବିଧାୟିକା

ଚଣ୍ଡିଗଡ଼: ହରିଆଣା ଦୁଷ୍କର୍ମ ମାମଲା ଉପରେ ମତ ରଖି ଭାରତୀୟ ଜନତା ପାଟିର(ବିଜେପି) ନେତ୍ରୀ ତଥା ବିଧାୟିକା ପ୍ରେମଲତା ଦୁଷ୍କର୍ମକାରୀଙ୍କ ଉପରେ ଏକ ଚାଞ୍ଚଲ୍ୟକାରୀ ବୟାନ ଦେଇ ଚର୍ଚ୍ଚା ପାଲଟିଛନ୍ତି। ବିଧାୟିକା ପ୍ରେମଲତା ମତ ରଖିଛନ୍ତି ଯେ ବେରୋଜଗାର ଓ ନିରାଶ ଯୁବକମାନେ ହିଁ ଦୁଷ୍କର୍ମ ପରି ସାଂଘାତିକ ଅପରାଧ ଘଟାଉଛନ୍ତି।

ଗଣମାଧ୍ୟମରେ ବିଜେପି ବିଧାୟିକା ପ୍ରେମଲତା କହିଛନ୍ତି କି‘ ଯେଉଁ ଯୁବକମାନେ ନିରାଶ, ବେରୋଜଗାର ସେମାନେ ଆଉ କିଛି କାମ ନପାଇ ଦୁଷ୍କର୍ମ ପରି ଜଘନ୍ୟ ଅପରାଧ କରୁଛନ୍ତି। ଯାହାକି ସମାଜ ଉପରେ ଗଭୀର ଭାବେ ପ୍ରଭାବ ପକାଉଛି।’

ହରିଆଣାର ମହେନ୍ଦ୍ରଗଡ଼ ଜିଲ୍ଲାର ନର୍‌ନଉଲ୍‌ଠାରେ ୧୯ ବର୍ଷୀୟା ନାବାଳିକା ସହ ହୋଇଥିବା ଗଣଦୁଷ୍କର୍ମ ଉପରେ ମତ ରଖି ବିଧାୟିକା ଏପରି ମତ ରଖିଛନ୍ତି।

ଗଣଦୁଷ୍କର୍ମର ଶିକାର ହୋଇଥିବା ୧୯ ବର୍ଷୀୟା ନାବାଳିକା ଏବେ ରେଓ୍ଵାରି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରେଓ୍ଵାରି ହସ୍ପିଟାଲର ସୁପରିଟେଣ୍ଡେଣ୍ଟ୍‌ଙ୍କ କହିବା ଅନୁଯାୟୀ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସୁଧୁରି ଆସିଲାଣି।

ସମ୍ବନ୍ଧିତ ଖବର