ବିଧାୟକ କଲୋନିରେ ହତ୍ୟାକାଣ୍ଡ : ୨୪ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି

ଭୁବନେଶ୍ୱର : ୟୁନିଟ୍‌-୪ସ୍ଥିତ ବିଧାୟକ କଲୋନିରେ ଗୋପୀନାଥ ମହାରଣା ନାମକ ଜଣେ କାଠ ମିସ୍ତ୍ରିଙ୍କ ହତ୍ୟା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ଅପରାଧୀଙ୍କ ଟେର୍‌ ପାଇନି। ବିଧାୟକମାନଙ୍କ ସରକାରୀ ବାସଭବନଠାରୁ ମାତ୍ର ୫ ମିଟର ଦୂରରେ ଏହି ଘଟଣା ଘଟିଥିଲେ ମଧ୍ୟ ଅପରାଧୀ ଅତି ସତର୍କତାର ସହିତ ଖସି ପଳାଇବାରେ ସକ୍ଷମ ହୋଇଛି। ଚାରିପଟେ ବଜାର ଲୋକ ଚଳଚଞ୍ଚଳ ଥାଇ ମଧ୍ୟ ଏପରି ଏକ ସ୍ଥାନରେ ନିର୍ମମ ହତ୍ୟାକାଣ୍ଡ ଘଟିବା ପୁଲିସର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ସେହିପରି ବିଧାୟକ କଲୋନି ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଶନିବାରର ଏହି ହତ୍ୟାକାଣ୍ଡ ପରେ ସ୍ପଷ୍ଟ ହୋଇଛି।

ପୁଲିସ ହତ୍ୟାକାରୀଙ୍କୁ ଧରିବା ପାଇଁ ଘରମାଲିକ ଓ ସ୍ଥାନୀୟ ଅଞ୍ଚଳର କେତେକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ଗୁଡ଼ିକୁ ଯାଞ୍ଚ କରୁଛି। ବିଭିନ୍ନ ସ୍ଥାନରୁ ସିିସିଟିଭି ଫୁଟେଜ୍‌ର କ୍ଲିପିଂ ନେଇସାରିଛି। ସେହିପରି ଗୋପୀନାଥଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରୁଛି। ଗୋପୀନାଥଙ୍କ ନମ୍ବରରୁ କେଉଁ ନମ୍ବରକୁ କଲ୍‌ ଯାଇଛି ଓ କେଉଁ ନମ୍ବର୍‌ରୁ କଲ୍‌ ଆସିଛି, ସେବୁକୁ ପୁଲିସ ତନ୍ନତନ୍ନ କରି ଯାଞ୍ଚ କରୁଛି।

ଗୋପୀନାଥଙ୍କ ସହ କେଉଁମାନଙ୍କ ଘନିଷ୍ଠତା ଥିଲା କି କେଉଁମାନଙ୍କ ସହ ବିବାଦ ଥିଲା? ଆଦି ବିଭିନ୍ନ ଦିଗ ଉପରେ ପୁଲିସ ତଥ୍ୟ ସଂଗ୍ରହ କରୁଛି। ସପ୍ତାହକ ମଧ୍ୟରେ ଗୋପୀନାଥଙ୍କ ବଡ଼ ଭାଇ, ପୁଅ, ପରିବାରଲୋକ, ଘର ମାଲିକଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର