ଉନ୍ନାବ: ପ୍ରଥମେ ନେନି ଜେଲ, ପୁଣି ରାଏବରେଲି ଜେଲ, ସୁଲତାନପୁର ଜେଲ ଓ ଏବେ ଉତ୍ତରପ୍ରଦେଶ ଉନ୍ନାବ ଜେଲରେ ଅପରାଧୀଙ୍କ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଅପରାଧୀ ସରକାରଙ୍କୁ ଖୋଲାଖୋଲି ଚେତାବନୀ ଦେଉଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖି ଚର୍ଚ୍ଚା ହେଉଛି କି ଜେଲରେ ଅପରାଧୀମାନେ ଖୁବ୍ ମଜାମସ୍ତିରେ ରହୁଛନ୍ତି।
ମେରଠର ଅମରେଶ ସିଂହ ଓ ରାଏବରେଲିର ଦେବପ୍ରତାପ ସିଂହ ଓରଫ ଗୌରବ ଜେଲ୍ର ବ୍ୟାରେକ ନମ୍ବର ୧୭ରେ ବନ୍ଦୀ ଅଛନ୍ତି। ଦୁହେଁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲ୍ରେ ବନ୍ଦୀ ଜୀବନ କାଟୁଛନ୍ତି। ଭିଡିଓରେ ଏହି ଦୁଇ ହତ୍ୟାକାରୀ କହୁଛନ୍ତି କି, ତାଙ୍କୁ କୌଣସି ଜେଲ୍କୁ ସ୍ଥାନାନ୍ତର କରିଦିଆଯାଉ। କିଛି ଫରକ ପଡ଼ିବ ନାହିଁ। ସେମାନେ ଯେଉଁଠି ରହିଲେ ତାହାକୁ ନିଜର କାର୍ଯ୍ୟାଳୟ ବନାଇ ଦେବେ। କେବଳ ଏତିକି ନୁହେଁ, ସେମାନେ ନିଜ ପାଖରେ ଥିବା ମୋବାଇଲ୍ଫୋନ୍କୁ ବି ଏହି ଭିଡିଓରେ ଦେଖାଉଛନ୍ତି।
ଭିଡିଓ ଭାଇରାଲ ହେବା ପରେ ଡିଏମ୍ ଦେବେନ୍ଦ୍ର କୁମାର ପାଣ୍ଡ୍ୟା ଓ ଏସ୍ପି ଏମ୍ପି ସିଂହ ସନ୍ଧ୍ୟାରେ ଜେଲ ନୀରିକ୍ଷଣ କରିଥିଲେ। ଡିଏମ ଏସଡିଏମ୍ ଓ ସିଓଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଜେଲ ଅଧକ୍ଷକ ଏକେ ସିଂହଙ୍କ କହିବାନୁସାରେ, ଅପରାଧୀ ଭିଡିଓରେ ଦେଖାଉ ଥିବା ବନ୍ଧୁକ ମାଟିରେ ପ୍ରସ୍ତୁତ ହୋଇଛି। ମଦ ସ୍ଥାନରେ ତେଲ ବୋତଲ ରଖାଯାଇଛି।