ନୂଆଦିଲ୍ଲୀ: ଉନ୍ନାଓର କୋତବାଲି ଅଞ୍ଚଳରେ ବସବାସ କରୁଥିବା ଜଣେ ଆୟକର ବିଭାଗର ଅଧିକାରୀଙ୍କ ଘରୁ ଲୁଟ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଯାଞ୍ଚ କରି ପୁଲିସ ତିନିଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ସମୟରେ ଲୁଟେରାମାନେ ପୁଲିସ କବଳରୁ ଚମ୍ପଟ ମାରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସର ଗୁଳିର ଶିକାର ହୋଇଥିଲେ। ଏହାପରେ ତିନିଜଣଙ୍କୁ ପୁଲିସ କାବୁ କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି।
ତେବେ ଏହି ଲୁଟର ମାଷ୍ଟରମାଇଣ୍ଡ ହେଉଛନ୍ତି ଆୟକର ଅଧିକାରୀ ହସନ ଜୈଦିଙ୍କ ଘରେ କାମ କରୁଥିବା ଗୃହସହାୟିକ। ଉକ୍ତ ଗୃହସହାୟିକାଙ୍କ ନାମ ୟାଫରିନ। ୟାଫରିନ ତାଙ୍କ ପ୍ରେମିକ ମେରାଜଙ୍କ ସହ ମିଶି ଏହି ଲୁଟର ଯୋଜନା କରିଥିଲେ।
ପୁଲିସ ଯାଞ୍ଚରୁ ଜଣାପଡ଼ିଛି ପାଖାପାଖି ଦେଢ଼ବର୍ଷ ହେବ ଅଧିକାରୀଙ୍କ ଘରେ ରହି କାମ କରୁଥିବା ୟାଫରିନ ତାଙ୍କ ପ୍ରେମିକ ମେରାଜ ଓ ତାଙ୍କର ଦୁଇଜଣ ସାଙ୍ଗ ଇରଶାଦ ଓ ରବିନ୍ଦ୍ରଙ୍କ ସହ ମିଶି ଲୁଟର ଯୋଜନା କରିଥିଲେ।
ଗତ ୧୦ତାରିଖରେ ଏହି ୪ଜଣ ମିଶି ଆୟକର ଅଧିକାରୀଙ୍କ ଘରେ ପଶି ପରିବାରଲୋକଙ୍କୁ ବାନ୍ଧି ଘରେ ଥିବା ଟଙ୍କା ଓ ଗହଣା ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାରଲୋକ ପରେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ।
ଅଧିକପଢ଼ନ୍ତୁ:‘ମୁଁ ଜୀବନ ହାରୁଛି, ମୋ ମୃତ୍ୟୁ ପଛରେ କାହାରି ଦୋଷ ନାହିଁ’
ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ଲୁଟେରାଙ୍କ ସୂଚନା ପାଇଥିଲା। ଏହାପରେ ତିନିଜଣ ଲୁଟେରାଙ୍କୁ କାବୁ କରିଥିବା ବେଳେ ଏବେ ବି ଜଣେ ଫେରାର ଅଛି। ଫେରାର ଥିବା ଲୁଟେରା ଅଧିକାରୀଙ୍କ ଗୃହସହାୟିକା ୟାଫରିନ ବୋଲି ଜଣାପଡ଼ିଛି। ଗିରଫ ଲୁଟେରାଙ୍କ ଠାରୁ ପୁଲିସ ବନ୍ଧୁକ, ଛୁରୀ ଓ ଚୋରି କରିଥିବା ନଗଦ ଟଙ୍କା ଓ ଅଳଙ୍କାର ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/12/Efrb7fjVozhb33ZWNegr.jpg)