ବେଡ୍‌ ବକ୍ସରେ ଡ୍ରାଇଭର୍‌ ପତ୍ନୀଙ୍କ ଶବ; ଜାଣି ନ ପାରି ୫ ଦିନ ଶୋଇଲେ ମାଲିକ

ଗୁରଗ୍ରାମ: ଜଣେ ମହିଳା ନିଖୋଜ ହେବାର ୫ ଦିନ ପରେ ସେକ୍ଟର୍‌ ୪୬ର ଜଣଙ୍କ ଘରେ ଥିବା ବେଡ୍‌ ବକ୍ସ୍‍ରୁ ତାଙ୍କ ଶବ ଉଦ୍ଧାର କରାଯାଇଛି।

ସେକ୍ଟର୍‌ ୪୬ରେ ଥିବା ଜଳ ବିହାରର ଗୋଟିଏ ଭଡ଼ା ଘରେ ଦିନେଶ କୁମାର ଶବ ଲୁଚା ଯାଇଥିବା ନ ଜାଣି ପାରି ସେ ଖଟ ବା ବେଡ୍‌ରେ ୫ ଦିନ ଶୋଇଥିଲେ। ଶବ ହେଉଛି ତାଙ୍କ ଡ୍ରାଇଭର୍‌ଙ୍କ ପତ୍ନୀଙ୍କର। ଚା ବ୍ୟବସାୟ କରୁଥିବା ଦୀନେଶ ସୋମବାର ସକାଳେ ତାଙ୍କ ଗାଁ ନରନୌଲ୍‌ରୁ ଫେରିବା ପରେ ବସାଘରେ ଫ୍ରେସ୍‌ ହୋଇ କାମକୁ ଚାଲିଯାଇଥିଲେ।

କିନ୍ତୁ ତାଙ୍କ ଘରୁ ଦୁର୍ଗନ୍ଧ ବାହାରୁ ଥିବା ସେ ବାରି ପାରିଥିଲେ। ତାଙ୍କୁ ଲାଗୁଥିବା ଘର ବନ୍ଦ ଥିବାରୁ ବାୟୁ ଚଳାଚଳ କରି ନ ପାରିବା କାରଣରୁ କି, ମୂଷା ମରିଥିବା ଯୋଗୁଁ ଏଭଳି ଗନ୍ଧ ଆସୁଛି। ଶନିବାର ସକାଳ ୮: ୩୦ରେ ଦୁର୍ଗନ୍ଧ ଅତିଶୟ ହେବାରୁ ସେ ବେଡ୍‌ ବକ୍ସ ଖୋଲି ଜଣେ ମହିଳାଙ୍କ ଗଳିତ ଶବ ଦେଖି ଆଚମ୍ବିତ ହୋଇଯାଇଥିଲେ। ପରେ ପରେ ସେ ପୁଲିସକୁ ଡକାଇଥିଲେ।

ପୁଲିସ କହିବା ଅନୁସାରେ, ଦିନେଶଙ୍କ ଡ୍ରାଇଭର ରାଜେଶ କୁମାର ୩୦ ବର୍ଷୀୟ ପତ୍ନୀ ବବିତାଙ୍କୁ ହତ୍ୟା କରିବା ପରେ ବେଡ୍‌ ବକ୍ସ୍‍ରେ ଶବ ଲୁଚାଇ ପଳାଇ ଯାଇଥିଲେ। ବବିତା ପରକୀୟ ପ୍ରୀତିରେ ପଡ଼ିଥିବା କଥା ସନ୍ଦେହ କରି ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ବାରଣ କରିଥିଲେ ସ୍ୱାମୀ ରାଜେଶ। ଏହି କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ମାଡ଼ପିଟ ଲାଗୁଥିଲା ଏବଂ ଥରେ ରାଜେଶ ପତ୍ନୀଙ୍କ ସିମ୍‌କାର୍ଡ ଭାଙ୍ଗି ପକାଇଥିଲେ ବୋଲି କିଛି ଦୂରରେ ବସବାସ କରୁଥିବା ରାଜେଶଙ୍କ ଶ୍ୱଶୁର କହିଛନ୍ତି।

ବବିତା ପୂର୍ବରୁ ବିବାହ କରିଥିଲେ ଏବଂ ସେଥିରୁ ଜନ୍ମ କରିଥିବା ୫ ଜଣ ପିଲାଙ୍କୁ ବାପଘରେ ଛାଡ଼ି ଦେଇଥିଲେ। ସ୍ୱାମୀ ସହ କୁଆଡ଼େ ଯାଇଥାଇ ପାରେ ଭାବି ବାପାଙ୍କର କୌଣସି ସନ୍ଦେହ ହୋଇ ନ ଥିଲା।

କିନ୍ତୁ, ଜାନୁଆରି ୨୧ ତାରିଖ ଦିନ ରାଜେଶ ବବିତାଙ୍କୁ ହତ୍ୟା କରିଥିଲେ। ଦିନେଶ ଶନିବାର ଦିନ ନିଜ ଗାଁକୁ ଯାଇଥିଲେ ଏବ ତାଙ୍କ ଘରର ବହକା ଚାବି ରାଜେଶଙ୍କ ପାଖରେ ଥିବାରୁ ସେ ପତ୍ନୀଙ୍କ ଶବକୁ ତାଙ୍କ ବେଡ୍‌ ବକ୍ସ୍‍ରେ ଲୁଚାଇ ଖସି ପଳାଇଥିଲେ।

ପୁଲିସ ମାମାଲା ରୁଜୁ କରି ରାଜେଶଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର