ପ୍ରେମିକ ଦୁଷ୍କର୍ମ କରିବା ପରେ ପ୍ରେମିକର ପରିବାର ଲୋକଙ୍କୁ ଜଣାଇଲେ ପୀଡ଼ିତା, ଓଲଟା ଦୁର୍ବ୍ୟବହାରର ଶିକାର ହୋଇ ଫେରିଲେ

ପିଲିଭିଟ: ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଉତ୍ତରପ୍ରଦେଶର ପିଲିଭିଟ ପୁଲିସ୍‌ ଏକ ପରିବାରର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ପୀଡ଼ିତା ଜଣକ ଏକାଦଶ ଶ୍ରେଣୀର ଛାତ୍ରୀ ବୋଲି ଜାଣିବାକୁ ମିଳିଛି। ରବିବାର ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଧରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପାଣ୍ଡେ ବୋଲି ଜାଣିବାକୁ ମିଳିଛି।

ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ସଞ୍ଜୟଙ୍କର ପୀଡ଼ିତାଙ୍କ ସହ ସଂପର୍କ ରହିଥିଲା। ସଞ୍ଜୟ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସଞ୍ଜୟ ତାଙ୍କ କଥାରୁ ଓହରି ଯାଇଥିଲେ।

ପୀଡ଼ିତା ଜଣକ ନିଜ ପ୍ରେମିିକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ତାଙ୍କ ପ୍ରେମିକଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଯାଇ ଗୁହାରି କରିଥିଲେ। ସଞ୍ଜୟଙ୍କ ପରିବାର ଲୋକ ପୀଡ଼ିତାଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଓଲଟା ତାଙ୍କୁ ଦୁର୍ବ୍ୟବହାର କରି ଫେରାଇ ଦେଇଥିଲେ। ସଞ୍ଜୟଙ୍କ ବାପାମାଆ ଓ ଦୁଇ ଭଉଣୀ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ବୋଲି ପୀଡ଼ିତା ଅଭିଯୋଗ ଆଣିଛନ୍ତି।

ପୀଡ଼ିତା ଅଭିଯୋଗ ଆଣି ଆହୁରି ବି କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ପାଣ୍ଡେ ପୀଡ଼ିତାଙ୍କ ସହ ବଳପୂର୍ବକ ସଂପର୍କ ରଖି ଭିଡିଓ ବନାଇଥିଲେ ଓ ପରବର୍ତ୍ତୀ ମୁହୂର୍ତ୍ତରେ ସେ ପୀଡ଼ିତାଙ୍କୁ ବିବାହ କରିବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର