ଘର ବାହାରୁ ଅପହରଣ କରି ଦୁଷ୍କର୍ମ କରିବା ସହ ୬ବର୍ଷୀୟା ଶିଶୁର ଗୁପ୍ତାଙ୍ଗକୁ ପଥରରେ ଛେଚି ନଷ୍ଟ କଲା ଅଭିଯୁକ୍ତ

ହାପୁର: ଉତ୍ତରପ୍ରଦେଶର ହାପୁରରେ ଜଣେ ୬ବର୍ଷୀୟା ଶିଶୁ ନୃଶଂସ ଭାବେ ଦୁଷ୍କର୍ମର ଶିକାର ହେବା ଘଟଣାକୁ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗକୁ ନଷ୍ଟ କରିଦେଇଥିବା ଜଣା ପଡ଼ିଛି। ଘଟଣା ପରେ ପୀଡ଼ିତା ଏବେ ମିରଟ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଅଭିଯୁକ୍ତକୁ ଗିରଫ କରିପାରି ନାହିଁ ପୁଲିସ।

SAMAA - Zainab was raped and sodomized, post-mortem suggests
Samaa TV

ମିଳିଥିବା ସୂଚନା ମୁତାବକ, ଗୁରୁବାର ପୀଡ଼ିତା ନିଜ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ବାଇକରେ ଆସି ପୀଡ଼ିତାଙ୍କୁ ଅପହରଣ କରି ନେଇଥିଲା। ପରେ ଏକ ଚାଷ ଜମିକରେ ପୀଡ଼ିତାଙ୍କ ସହ ଅତି ନୃଶଂସଭାବେ ଦୁଷ୍କର୍ମ କରିବା ସହ ତାଙ୍କ ଗୁପ୍ତାଙ୍ଗକୁ ପଥରରେ ଛେଚି ସଂପୂର୍ଣ୍ଣଭାବେ ନଷ୍ଟ କରି ଦେଇଥିଲେ। ଘଟଣା ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କୁ ନପାଇ ଖୋଜିବା ଆରମ୍ଭ କରିଥିଲେ। ୧୨ଘଣ୍ଟା ଧରି ଖୋଜିବା ପରେ ପୀଡ଼ିତାଙ୍କୁ ଅଚେତ୍ ଅବସ୍ଥାରେ ଚାଷ ଜମିରୁ ଉଦ୍ଧାର କରାଯାଇଥିଲା। ଏବେ ତାଙ୍କୁ ମିରଟର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଷ୍କର୍ମ କରି ତାଙ୍କ ଗୁପ୍ତାଙ୍ଗକୁ ସଂପୂର୍ଣ୍ଣ ନଷ୍ଟ କରିିଦିଆଯାଇଥିବା କହିଛନ୍ତି ଡାକ୍ତର।

ସମ୍ବନ୍ଧିତ ଖବର