ନୂଆଦିଲ୍ଲୀ: ଆଗ୍ରାରେ ଟିସିଏସ୍ ମ୍ୟାନେଜର ମାନବ ଶର୍ମାଙ୍କ ଜୀବନ ହାରିବା ଭିଡିଓ ଭାଇରାଲ ହେବାପରେ ଫେବୃଆରି ୧୬ ତାରିଖରେ କିରାୱାଲି ଥାନା ଅଧୀନସ୍ଥ ଅଛନେରା ଅଞ୍ଚଳରେ ଜଣେ ଯୁବକ ଜୀବନ ହାରି ଦେଇଥିଲେ।ଶୁକ୍ରବାର ଅର୍ଥାତ ଫେବୃଆରି ୨୮ ତାରିଖ ଦିନ ଯୁବକଙ୍କ ସୁଇସାଇଟ ନୋଟ୍ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯୁବକ ଜଣକ ନିଜ ଜୀବନ ହାରିବା ପଛରେ ତାଙ୍କ ପ୍ରେମିକା ଏବଂ ତାଙ୍କ ପରିବାରକୁ ଦାୟୀ କରିଛନ୍ତି। ମୃତ ଯୁବକଙ୍କ ପରିବାରର ଅଭିଯୋଗ କ୍ରମେ ପୁଲିସ ପ୍ରେମିକା ଏବଂ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଜିତେନ୍ଦ୍ର କୁମାର ଦୁଇ ଭଉଣୀଙ୍କ ମଧ୍ୟରେ ଏକମାତ୍ର ଭାଇ ଥିଲେ। , ଜିତେନ୍ଦ୍ର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଫେବୃଆରି ୧୬ ତାରିଖରେ ସନ୍ଦେହଜନକ ପରିସ୍ଥିତିରେ ଜିତେନ୍ଦ୍ର ସିଂହ ଘରର ଏକ କୋଠରିରେ ଫାଶୀ ଲଗାଇ ଜୀବନ ହାରି ଦେଇଥିଲେ। ଘଟଣା ପରେ ପରିବାର ଲୋକ ଜାଣିବାକୁ ପାଇଲେ ଯେ ଜିତେନ୍ଦ୍ର ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ଭିଡିଓ ଏବଂ ଏକ ସୁଇସାଇଡ୍ ନୋଟ୍ ଛାଡିଯାଇଛନ୍ତି।
ଭିଡିଓ ଏବଂ ସୁଇସାଇଡ୍ ନୋଟରେ, ଜିତେନ୍ଦ୍ର ତାଙ୍କ ପ୍ରେମିକା ଏବଂ ତାଙ୍କ ପରିବାରଙ୍କୁ ଦାୟୀ କରି ଉଲ୍ଲେଖ କରିଛନ୍ତି କି, ‘ମୋ ପ୍ରେମିକା ଓ ତାର ପରିବାରଲୋକ ମୋତେ ଧମକ ଦେବା ସହିତ ଟଙ୍କା ହଡ଼ପ କରି ନେଇଥିଲେ। ଯେତେବେଳେ ମୁଁ ବିବାହ ପାଇଁ କହିଥିଲି ସେମାନେ ମନା କରି ଦେଇଥିଲେ। ମୁଁ ମୋ ପ୍ରେମିକାକୁ ଖୁବ ଭଲ ପାଉଥିଲି। ଘର ଲୋକଙ୍କ ବାରଣ ସତ୍ତ୍ୱେ ମୁଁ ମୋର ପ୍ରେମିକା ଓ ତାର ପରିବାର ସଦସ୍ୟମାନଙ୍କୁ ଆର୍ଥିକ ଭାବେ ଖୁବ ସାହାଯ୍ୟ କରିଛି। ଇତିମଧ୍ୟରେ ୭ଲକ୍ଷ ଟଙ୍କା ଦେଇ ସାରିଛି।
ପ୍ରେମିକା ବିବାହ ପାଇଁ ମନା କରିବା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ଜାଣିଛି ମୁଁ ଯେଉଁ ନିଷ୍ପତ୍ତି ନେଉଛି ତାହା ମୋ ବାପା ଓ ମା’ଙ୍କୁ ଖୁବ କଷ୍ଟ ଦେବ। କିନ୍ତୁ ମୁଁ ଏ କଷ୍ଟ ସହି ପାରୁ ନାହିଁ ତେଣୁ ଜୀବନ ହାରିବା ପାଇଁ ବାଧ୍ୟ ହେଉଛି।
ପୁଲିସ ଏହି ମାମଲାରେ ପ୍ରେମିକା ନୀରୁ, ତାଙ୍କ ଭାଇ ମନୋଜ, ସୌରଭ, ବାପା କମଲ ସିଂହ ଫୌଜି ଏବଂ ମାଆ ମୀନା ଦେବୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି।