ପ୍ରେମିକାର ବିବାହ ହେବା ପରେ ଦେଖା କରିବା ପାଇଁ ପହଞ୍ଚିଥିଲା ପ୍ରେମିକ, ଦୁଇ ଜଣଙ୍କୁ ହାଣିଲେ ପରିବାର ଲୋକେ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବିବାହିତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମହିଳାଙ୍କ ଶାଶୁଘର ଲୋକେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଜଣା ପଡ଼ିଛି । ପ୍ରେମିକ ପ୍ରେମିକାର ବିବାହ ହେବା ପରେ ମଧ୍ୟ ଶାଶୁ ଘରକୁ ଦେଖା କରିବା ପାଇଁ ଯାଇଥିଲା । ସତ ସାମ୍ନାକୁ ଆସିବା ପରେ ମହିଳାଙ୍କ ଶାଶୁଘର ଲୋକେ ଦୁହିଁଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଏ ନେଇ ସୂଚନା ମିଳିବା ପରେ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

The News Minute

ସୂଚନା ମୁତାବକ, ଡ଼ବଲ ମର୍ଡରର ଏହି ଘଟଣା ଆଗ୍ରାର ମନ୍‌ସୁଖ୍‌ପୂରା ଥାନା ଅଞ୍ଚଳରେ ଘଟିଥିବା ଜଣା ପଡ଼ିଛି । ଏଠାରେ ଥିବା ବଡ଼ପୁରା ଗ୍ରାମରେ ରହୁଥିବା ବିବାହିତ ମହିଳା ଲକ୍ଷ୍ମୀଙ୍କର ରାଜଖେଡ଼ାର ରହୁଥିବା ଦୀପଚନ୍ଦଙ୍କ ସହ ପ୍ରେମ ପ୍ରସଙ୍ଗ ଚାଲୁଥିଲା । ମଙ୍ଗଳବାର ଦୀପଚନ୍ଦ ଲକ୍ଷ୍ମୀଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ଲକ୍ଷ୍ମୀଙ୍କ ଶାଶୁଘର ଲୋକେ ତାଙ୍କୁ ଧରି ନେଇଥିଲେ । ଘରର ବୋହୁକୁ ଅନ୍ୟ ପୁରୁଷ ସହ ଦେଖି ଶାଶୁଘର ଲୋକ ରାଗିଯିବା ସହ ଦୁହିଁଙ୍କୁ ମାଡ଼ ମାରିଥିଲେ । ଏହା ପରେ ଚାଷ କାମରେ ବ୍ୟବହାର କରାଯାଉଥିବା ଫାଉଡ଼ା ସାହାଯ୍ୟରେ ଦୁହିଁଙ୍କୁ ହାଣି ଦେଇଥିଲେ । ଏ ଘଟଣା ବିଷୟରେ ଗାଁର କେହି ଜଣେ ପୁଲିସକୁ ଖବର ଦେବା ପରେ ପୁଲିସ ଆସି ପହଞ୍ଚିଥିଲା ।

ସମ୍ବନ୍ଧିତ ଖବର