ଉତ୍ତରପ୍ରଦେଶ: ଯୁକ୍ତତିନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଜଣେ ଗିରଫ

ଆମରୋହା: ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ ଯୁକ୍ତ ତିନି କଳାର ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ତିନିଜଣ ସମ୍ପୃକ୍ତ ଥିବା ବେଳେ ଜଣଙ୍କୁ ଏହି ଦୁଷ୍କର୍ମ ମାମଲାରେ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ପୀଡିତା କଲେଜ ସାରି ଘରକୁ ଫେରୁଥିବା ସମୟରେ କେତେଜଣ ଯୁବକ ତାଙ୍କ ପିଛା କରିଥିଲେ। ଭୟଭୀତ ହୋଇ ପୀଡିତା ସେଠାରେ ଯିବାକୁ ଉଦ୍ୟମ କରିଥିଲା ବେଳେ ଦୁଷ୍କର୍ମକାରୀ ଯୁବତୀଙ୍କୁ କାବୁ କରି ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଜୋରଜବରଦସ୍ତି ତିନିଜଣ ଯୁବକ ଉକ୍ତ ଯୁବତୀଙ୍କ ସହିତ ଗଣଦୁଷ୍କର୍ମର କରିଥିଲେ ବୋଲି ପୁଲିସ ନିକଟର ଅଭିଯୋଗ କରି କହିଥିଲେ ପୀଡିତା। ଏ ନେଇ ଅକ୍ଟୋବର ୧୧ରେ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଶନିବାର ଗିରଫ କରାଯାଇଛି। ପୀଡିତାଙ୍କୁ ଡାକ୍ତରିମାଇନା ପାଇଁ ପଠା ଯିବା ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର