ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲୀରେ ଜଣେ ବାପା ଓ ମା’ଙ୍କ ଭୁଲ ହେତୁ ତାଙ୍କର ତିନିବର୍ଷ ଶିଶୁର କାର ଭିତରେ ଜୀବନ ଚାଲିଯାଇଛି। ଏଭଳି ଏକ ଦୁଃଖଦ ଘଟଣା ବରେଲୀ ଜିଲ୍ଲାର ଥାନା ବିଶାରତଙ୍ଗଞ୍ଜ ଭଗବତପୁର ଗ୍ରାମରେ ଘଟିଛି।

Advertisment

ସୂଚନାଯୋଗ୍ୟ, ବାପା ଓ ମା’ କୌଣସି କାମ ବ୍ୟସ୍ତତା ହେତୁ କାରରୁ ଓହ୍ଲାଇ ଯାଇଥିଲେ। ଆଉ ଶିଶୁକୁ କାରରେ ହିଁ ଖେଳୁଥିବାର ଛାଡ଼ି  ଦେଇଥିଲେ। ଶିଶୁ ଜଣକ ଖେଳୁଥିବା ବେଳେ ‌ହଠାତ କାର କାଚ ବନ୍ଦ ହୋଇ ଦ୍ବାର ଲକ ହୋଇଯାଇଥିଲା। ଏହାପରେ ତିନିବର୍ଷ ଶିଶୁ କାନ୍ଦିବା ଆରମ୍ଭ କରିଥିଲା। କାର କାଚ ବନ୍ଦ ଥିବାରୁ ତାର ସ୍ବର ବ‌ାହ‌ାରକୁ ଶୁଣାଯାଇ ନଥିଲା। ସେ ଅଣନିଶ୍ବାସୀ ହୋଇଥିଲା। ଫଳରେ କାର ଭିତରେ ହିଁ  ତାର ପ୍ରଣବାୟୁ ଉଡ଼ିଯାଇଥିଲା।

ବାପା ଓ ମା’ କାମ ସାରି କାର ପାଖକୁ ଆସି ଦେଖିଲା ବେଳକୁ ସେମାନଙ୍କ ଛୁଆ ଅଚେତ ଅବସ୍ଥାରେ ପଡ଼ିଥିଲା। ତେଣୁ ତାକୁ ସଙ୍ଗେସଙ୍ଗେ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁଃଖର ବିଷୟ କି ଡାକ୍ତର ତାକୁ ମୃତ ‌ଘୋଷଣା କରିଥିଲେ। ମୃତ ଶିଶୁର ନାମ ମଧୁ ଥିବା ବେଳେ ବୟସ ତିନିବର୍ଷ ହେବ ବୋଲି କୁହାଯାଉଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବି ଏମିତି ଘଟଣା ଘଟିସାରିଛି। ତେବେ ପିଲାଙ୍କୁ କାରରେ ହେଉ ଅବା କୌଣସି ଗାଡ଼ିରେ ଏକୁଟିଆ ଛାଡ଼ି ନଯିବାକୁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ବାପା ଓ ମା’ମାନେ ଏହାକୁ ଅଣଦେଖା କରି ଦେଉଛନ୍ତି। ଫଳରେ ନୀରିହ ଶିଶୁଙ୍କ ଜୀବନ ଅକାରଣେ ଚାଲି ଯାଉଛି।