ଗାଜିଆବାଦ: ଦେଶରେ ଏବେ ନାରୀମାନଙ୍କ ପ୍ରତି ହେଉଥିବା ଅସଦାଚରଣ ଏବଂ ଦୁଷ୍କର୍ମ ଭଳି ଘଟଣାକୁ କମ କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ଅତି କମ ବୟସରୁ ପିଲାମାନଙ୍କ ମନରେ ଦୁଷ୍କର୍ମ କରିବା ଭଳି ଚିନ୍ତାଧାରା ଆସୁଥିବା ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି | କିଛି ଦିନ ତଳେ ଦିଲ୍ଲୀରେ ଏକ ସ୍କୁଲର କିଛି ପିଲା ଏକ ଗ୍ରୁପ କରି ଦୁଷ୍କର୍ମ କିଭଳି କରାଯାଏ ସେ ବିଷୟରେ ଆଲୋଚନା କରୁଥିବା ସହ ଅଶ୍ଳୀଳ ଫଟୋ ସେୟାର କରୁଥିବା ଖବର ସାମ୍ନାକୁ ଆସିଥିଲା | ଏବେ ସେଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ | ଜଣେ ୨୧ବର୍ଷ ବୟସ୍କା ମହିଳାଙ୍କୁ ଧମକ ଦେଇଛି ଜଣେ ଷଷ୍ଠ ଶ୍ରେଣୀର ଛାତ୍ର | ଯଦି ମହିଳାଜଣଙ୍କ ତାଙ୍କ ସହ "ଅଶ୍ଳୀଳ ଚାଟ୍" ନକରନ୍ତି କିମ୍ବା ଟଙ୍କା ନ ଦିଅନ୍ତି ତେବେ ସେ ତାଙ୍କ ଫଟୋକୁ ଅଶ୍ଳୀଳ କରି ସେୟାର କରିବ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣା କଭି ନାଗର ପୁଲିସ ଷ୍ଟେସନର ଅଞ୍ଚଳରେ ଘଟିଛି। ପୁଲିସର ସୂଚନାନୁସାରେ, ଟେଲିଗ୍ରାମରେ ଜଣେ ଛାତ୍ରଙ୍କ ଦ୍ୱାରା ତିଆରି କରାଯାଇଥିବା ଏକ ଗ୍ରୁପରେ ପୀଡିତା ମହିଳା ଏବଂ ଅଭିଯୁକ୍ତ ବାଳକ ସଦସ୍ୟ ଥିଲେ | ଅଭିଯୁକ୍ତ ସେହିଠାରୁ ପୀଡିତାଙ୍କ ନମ୍ବର ଆଣି ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା | ପୀଡିତା ମହିଳା ଅଭିଯୁକ୍ତ ପଠାଇଥିବା ୧୮ଟି ସ୍କ୍ରିନସଟ ପ୍ରମାଣ ଆକାରରେ ପୁଲିସ ନିକଟରେ ଦାଖଲ କରିଛନ୍ତି। ଅଭିଯୋଗ ପରେ ପୁଲିସ ନାବାଳକକୁ ଡାକି ପଚାରିବାରୁ ଅଭିଯୁକ୍ତ ଦାବି କରିଛି ଯେ, କେହି ଜଣେ ତାଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ କରିଛନ୍ତି ଏବଂ ଏଭଳି ମେସେଜ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ।
Times Nowହୋଇଥିବା ଅଭିଯୋଗ ଅନୁଯାୟୀ, ପୀଡିତା ମହିଳାଙ୍କୁ ଅଭିଯୁକ୍ତ ପ୍ରଥମ ଥର ପାଇଁ ମେ ୭ରେ ମେସେଜ୍ କରିଥିଲା, କିନ୍ତୁ ସେ ସମୟରେ ଅଭିଯୁକ୍ତ ପାଠ ବିଷୟରେ ପଚାରିବା ପାଇଁ ମେସେଜ କରିଥିଲେ | ପ୍ରଥମେ ପ୍ରଥମେ ସମ୍ପର୍କ ନିବିଡ କରିବା ପାଇଁ ଅଭିଯୁକ୍ତ ପାଠ ବିଷୟରେ ପଚାରୁଥିବା ବେଳେ ମେ ୧୭ତାରିଖ ଭୋର ପ୍ରାୟ ୩ଟା ୩୦ମିନିଟରେ ସେ ମହିଳାଙ୍କ କିଛି ଫଟୋକୁ ଏଡିଟ କରି ପଠାଇବା ସହ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲା। ସୋସିଆଲ ମିଡିଆ ଆକାଉଣ୍ଟରୁ ପୀଡିତାଙ୍କ ଫଟୋ ଆଣି ଅଭିଯୁକ୍ତ ଏଭଳି କରିଥିବା ଜଣା ପଡିଛି |
ଏଭଳି ଧମକ ପାଇ ମହିଳା ଜଣକ ଭୟଭୀତ ହୋଇ ଫୋନ୍ ବନ୍ଦ କରିଦେବା ପରେ ତାଙ୍କର ସାଙ୍ଗମାନେ ତାଙ୍କ ସହିତ ଯୋଗାଯୋଗ କରିବାକୁ ସକ୍ଷମ ହୋଇନଥିଲେ | ପରେ ସେମାନେ ପୀଡିତାଙ୍କ ପିତାମାତାଙ୍କୁ ତାଙ୍କ ବିଷୟରେ ପଚାରିଲେ | ଝିଅ ଫୋନ ବନ୍ଦ କରିଥିବା ଜାଣି କାରଣ ପଚାରିବା ପରେ ପୀଡିତା ପୂରା ଘଟଣା ଜଣାଇ ଥିଲେ | ଯାହା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା | ଏବେ ଅଭିଯୁକ୍ତ ବାଳକ ଏବଂ ତାଙ୍କ ପିତାମାତା ମହିଳାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛନ୍ତି। ସେମାନେ ନାବାଳକର ଫୋନ ହ୍ୟାକ୍ ହୋଇଥିବା ଦାବି କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଭିଯୁକ୍ତର ବୟସ ୧୨ବର୍ଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/t-56.jpg)