ବରେଲୀ: ଗଣଦୁଷ୍କର୍ମ ଓ ଲୁଟ୍ର ଶିକାର ହେବା ପରେ ଜଣେ ୧୫ ବର୍ଷୀୟ ବାଳିକା ବିନା ବସ୍ତ୍ରରେ ଉତ୍ତର ପ୍ରଦେଶର ମୋରାଦାବାଦ-ଠାକୁରଦ୍ବାରା ସଡ଼କରେ ୨ କିଲୋମିଟର୍ ବାଟ ଚାଲି ଚାଲି ଘରେ ପହଞ୍ଚିଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ଜଣାପଡ଼ିଛି।
ପୀଡ଼ିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କେତେକ ବାଟୋଇ ନିରବଦ୍ରଷ୍ଟା ସାଜିଥିବା ବେଳେ ଆଉ କେତେକ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛନ୍ତି।
ଝିଅର କକେଇ କହିଛନ୍ତି, ଘରକୁ ଫେରି ଆମ ଆଗରେ ସବୁ କଥା କହିବା ବେଳେ ତା’ ଦେହରୁ ପ୍ରବଳ ରକ୍ତପାତ ହେଉଥିଲା। ଅଭିଯୋଗ ଦାଏର କରିବା ଲାଗି ଆମେ ଥାନାକୁ ଗଲୁ। କିନ୍ତୁ, ଜିଲ୍ଲା ପୁଲିସ ମୁଖ୍ୟ ‘ଏସ୍ଏସ୍ପି’ ହେମନ୍ତ କୁଟିୟାଲ୍ଙ୍କ ପାଖରେ ଆମେ ମାମଲା ଉତ୍ଥାପନ ନ କରିବା ଯାଏ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ନ ଥିଲା।
 Image Courtesy of Outlook Indiaଏହା ପରେ ପୁଲିସ ସେପ୍ଟେମ୍ବର ୭ ତାରିଖ ଦିନ ‘ଏଫ୍ଆଇଆର୍’ ପଞ୍ଜିକରଣ କରି ଜଣେ ଅଭିଯୁକ୍ତଙ୍କୁ ଧରିଲା। ‘ଏଫ୍ଆଇଆର୍’ରେ ଅଭିଯୋଗକାରିଣୀ ଉଲ୍ଲେଖ କରିଛନ୍ତି କି, ଅଭିଯୁକ୍ତଙ୍କ ପରିବାର ଲୋକେ ତାକୁ ମାରିପକାଇବାକୁ ଧମକ ଦେଇଛନ୍ତି।
ମୋରାଦାବାଦ ପୁଲିସ କହିଛି, ପାଖ ଗାଁରେ ହେଉଥିବା ମେଳା ଦେଖିବାକୁ ଯାଇଥିବା ବେଳେ ୫ଜଣ ଲୋକ ତାଙ୍କୁ ଅପହରଣ କରି ନେବା ପରେ ଜଣକ ପରେ ଜଣେ ତା’ ସହିତ ଦୁଷ୍କର୍ମ କରିଥିଲେ। ଝିଅର ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳକୁ ଧାଇଁ ଆସିଲା ବେଳକୁ ୫ ଅଭିଯୁକ୍ତ ଝିଅର ପୋଷାକପତ୍ର ଓ ଅନ୍ୟାନ୍ୟ ଜିନିଷ ନେଇ ଖସି ପଳାଇ ଥିଲେ।
 Image Courtesy of India Todayଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଗ୍ରାମୀଣ) ସନ୍ଦୀପ କୁମାର ମୀନା କହିଛନ୍ତି, ଦଫା ୩୭୬ (ଗଣଦୁଷ୍କର୍ମ) ଏବଂ ପୋକ୍ସୋ ଆକ୍ଟ୍ ଅନୁଯାୟୀ ‘ଏଫ୍ଆଇଆର୍’ ରୁଜୁ କରାଯାଇଛି। ସେପ୍ଟେମ୍ବର ୧୫ ତାରିଖ ଦିନ ଆମେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଅଧିକ ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Rape-Victim-Girl-Reached-Home_Thumbnail-1.jpg)