ଆଇନକୁ ନାହିଁ ଖାତିର: ଉତ୍ତରପ୍ରଦେଶରେ ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀ ସହ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଆଇନ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ମହିଳାଙ୍କ ସୁରକ୍ଷାକୁ ନେଇ ଯୋଗୀ ସରକାର ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ଅନେକ ମାମଲା ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଉତ୍ତରପ୍ରଦେଶର ରାମପୁରରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି । ସ୍ୱାମୀ ସହ ବାଇକ ଯୋଗେ ଯାଉଥିବା ବେଳେ ପୀଡ଼ିତାଙ୍କ ସହ ଏଭଳି ଘଟିଥିଲା । ସ୍ୱାମୀକୁ ଗଛରେ ବାନ୍ଧି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଦେଇଥିବା ସୂଚନା ମୁତାବକ, ଜୁନ୍ ୧୧ରେ ପୀଡ଼ିତା ଏବଂ ତାଙ୍କ ସ୍ୱାମୀ ବାଇକ୍ ଯୋଗେ ଔଷଧ ଆଣିବାକୁ ଯାଉଥିବା ବେଳେ ୪ଜଣ ଯୁବକ ତାଙ୍କୁ ଅଟକାଇ ଅସଦାଚରଣ କରିବା ଆରମ୍ଭ କରିଥିଲେ । ପୀଡ଼ିତାଙ୍କ ସ୍ୱାମୀ ଅଟକାଇବାରୁ ୪ଜଣ ଅଭିଯୁକ୍ତ ଦୁହିଁଙ୍କୁ ମାଡ଼ ମାରିବା ସହ ପୀଡ଼ିତାଙ୍କ ସ୍ୱାମୀକୁ ଗଛରେ ବାନ୍ଧି ଦେଇଥିଲେ । ଏହା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଭିଡିଓ ଉତ୍ତୋଳନ କରିଥିଲେ । ଦୁଷ୍କର୍ମ ପରେ ପୀଡ଼ିତା ଏବଂ ତାଙ୍କ ସ୍ୱାମୀ ଅଭିଯୋଗ କରି ନଥିବା ବେଳେ ଦୁଷ୍କର୍ମର ଭିଡିଓ ଭାଇରାଲ ହେବା ପରେ ଏବେ ଦୁହେଁ ଏତଲା ଦେଇଛନ୍ତି । ଏତଲା ପାଇ ପୁଲିସ ଏବେ ଅଭିଯୁକ୍ତମାନଙ୍କ ତଲାସି ଆରମ୍ଭ କରିଛି ।