ଲକ୍ଷ୍ନୌ: ଦେଶର କୋଣଅନୁକୋଣରେ ମହିଳା, ଯୁବତୀ ଏବଂ ନାବାଳିକାଙ୍କ ସହ ହେଉଥିବା ଗଣଦୁଷ୍କର୍ମକୁ ରୋକିବା ପାଇଁ ସରକାର ଯେତେ କଡ଼ା ଆଇନ ତିଆରି କଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇ ପାରି ନାହିଁ । ପୁଣି ଥରେ ଲକ୍ଷ୍ନୌରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

Advertisment

ସୂଚନା ମୁତାବକ, ଚନ୍ଦ୍ରିକା ଦେବୀ ମନ୍ଦରରେ ମେଳା ଚାଲୁଥିବାରୁ ଗାଁର ଅନେକ ଲୋକ ସେଠାରେ ବିଭିନ୍ନ ପ୍ରକାରର ଦୋକନ ଦେଇଥିଲେ । ପୀଡ଼ିତାଙ୍କ ବାପା ମଧ୍ୟ ସେଠାରେ ନିଜର ଏକ ଛୋଟ ଦୋକାନ କରିଥିଲେ । ପୀଡ଼ିତା ନିଜ ବାପାଙ୍କୁ ଖାଇବା ଦେବାକୁ ଆସୁଥିବା ବେଳେ ସେହି ଅଞ୍ଚଳରେ ଦୋକାନ କରିଥିବା ଜଣେ ଯୁବକ କିଛି ଦେବା ବାହାନାରେ ତାଙ୍କୁ ଡ଼ାକିଥିଲେ । ପୀଡ଼ିତା ସେଠାକୁ ଯିବା ପରେ ଦୋକାନ ଭିତରେ ଥିବା ଅନ୍ୟ ଦୁଇ ଯୁବକ ତାଙ୍କୁ ଭିତରକୁ ଟାଣି ନେଇଥିଲେ । ୩ ଜଣ ମିଶି ଦୋକାନର କବାଟ ବନ୍ଦ କରିବା ସହ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହା ସହ ପୀଡ଼ିତାଙ୍କ ଚିତ୍କାର ଯେମିତି କେହି ନ ଶୁଣି ପାରିବେ ସେ ନେଇ ଦୋକାନ ମଧ୍ୟରେ ଜୋରରେ ଗୀତ ବଜାଇଥିଲେ। କିଛି ସମୟ ପରେ ପୀଡ଼ିତା ନିଜକୁ ମୁକୁଳାଇବାରେ ସକ୍ଷମ ହେବା ପରେ ବାହାରକୁ ଆସି ପାଟି କରି ସମସ୍ତଙ୍କୁ ଡ଼ାକିଥିଲେ । ପୀଡ଼ିତାଙ୍କ ବାପାଙ୍କ ଦୋକାନ କିଛି ଦୂରରେ ଥିବାରୁ ସେ ପୀଡ଼ିତାଙ୍କ ଡ଼ାକ ଶୁଣି ସେଠାରେ ପହଞ୍ଚିବା ବେଳକୁ ୩ ଜଣ ଅଭିଯୁକ୍ତ ସେଠାରୁ ଫେରାର ହୋଇ ସାରିଥିଲେ ।

publive-image Oneindia Hindi

ପୀଡ଼ିତା ଏ ନେଇ ୟୁୁପି-୧୦୦କୁ ଫୋନ ଲଗାଇଥିଲେ ମଧ୍ୟ ପୁଲିସ ସେଠାରେ ପହଞ୍ଚି ନଥିଲା ଏବଂ କୌଣସି ତତ୍କାଲ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରି ନଥିଲା । ଏବେ ଘଟଣାର ପ୍ରସାର ହେବା ପରେ ଗାଁ ଲୋକେ ଏବଂ ସ୍ଥାନୀୟ ପୁଲିସ ଏହି ଘଟଣାକୁ ଦବାଇବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ପୀଡ଼ିତାଙ୍କ ବାପା ।