ସ୍ୱାମୀ ଚାଲିଯିବା ପରେ ୧୦ହଜାର ଟଙ୍କାରେ ବିକି ଦେଲା ବାପା, ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ପୁଲିସରେ ଅଭିଯୋଗ କଲେ ମହିଳା, ଶେଷରେ ଦେହରେ ଲଗାଇଦେଲେ ନିଆଁ

ହାପୁର(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ହାପୁରରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ନ୍ୟାୟ ପାଇଁ ଭିକ ମାଗି ମାଗି ହାରିଯିବା ପରେ  ମହିଳା ନିଜ ଦେହରେ ନିଆଁ ଲଗାଇ ଦେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏ ନେଇ ତଦନ୍ତ ଆରମ୍ଭ ହୋଇ ଯାଇଛି ।

India.com

ସୂଚନା ମୁତାବକ, ଆର୍ଥିକ ଅବସ୍ଥା ଭଲ ନଥିବାରୁ କମ ବୟସରେ ଘର ଲୋକ ବିବାହ କରାଇ ଦେଇଥିଲେ । କିନ୍ତୁ ୨୦ବର୍ଷ ବୟସରେ ପୀଡ଼ିତାଙ୍କ ସ୍ୱାମୀ ଆର ପାରିକୁ ଚାଲି ଯିବା ପରେ ଝିଅର ବୋଝ ଉଠାଇ ନ ପାରି ତାଙ୍କ ବାପା ୧୦ହଜାର ଟଙ୍କାରେ ପୀଡ଼ିତାଙ୍କୁ ଅନ୍ୟ ଜଣେ ଯୁବକଙ୍କୁ ବିକି ଦେଇଥିଲେ । ବିକ୍ରି ହେବା ପରେ ପୀଡ଼ିତାଙ୍କ ଦୁଃଖ କମ ହେବା ପରିବର୍ତ୍ତେ ବଢ଼ି ଯାଇଥିଲା । ପୀଡ଼ିତାଙ୍କୁ କିଣିଥିବା ଯୁବକ ନିଜ ସାଙ୍ଗମାନଙ୍କ ସହ ସହ ସବୁବେଳେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ମାଡ଼ ମାରୁଥିଲେ । ଘର ଚଳାଇବା ପାଇଁ ଅନ୍ୟ ଘରେ ଯାଇ କାମ କରିବା ପାଇଁ ବାଧ୍ୟ କରୁଥିଲେ । ଏତେ ଅତ୍ୟାଚାର ସହିବା ପରେ ପୀଡ଼ିତା ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗ ରଖିବା ପରିବର୍ତ୍ତେ ତାଙ୍କୁ ଫେରାଇ ଦିଆଯାଇଥିଲା । ଫଳରେ ଅନ୍ୟ କିଛି ବାଟ ନ ପାଇ ପୀଡ଼ିତା ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଏବେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୁଲିସ କ’ଣ ପାଇଁ ଅଭିଯୋଗ ରଖି ନଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର