ଆଗ୍ରା: ଆଗ୍ରା ଜିଲ୍ଲାର ଏକ ଗାଁରେ ତଣ୍ଟି କଟା ହୋଇ ହତ୍ୟା କରାଯାଇଥିବା ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣକଙ୍କ ବାସ୍ତବ ଘର ତେଲେଙ୍ଗାନାରେ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି। ତେବେ, କିଏ ଓ କାହିଁକି ନାବାଳିକାଙ୍କୁ ଏପରି ହତ୍ୟା କରିଛି ତାହା ଜାଣିବା ପାଇଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ନାବାଳିକା ସହ କୌଣସି ପ୍ରକାରର ଯୌନ ଶୋଷଣ ହୋଇ ନଥିବା ପୁଲିସ୍‌ ସୂଚନା ଦେଇଛି।

Advertisment

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ନାବାଳିକା ଜଣକ ଶନିବାର ସକାଳୁ ଖେରାଗଡ଼ ସହରେ ଥିବା ତାଙ୍କ ଘର ନିକଟସ୍ଥ ପଡ଼ିଆକୁ ପ୍ରାତଃ ଭ୍ରମଣରେ ଯାଇଥିଲା। ଯେତେବେଳେ ସେ ଘରକୁ ଫେରିଲା ନାହିଁ ତା’ର ଘର ଲୋକ ଖୁବ୍ ବିବ୍ରତ ହୋଇପଡ଼ିଲେ। ଘର ଲୋକ ଖୁବ୍ ଖୋଜାଖୋଜି କରିବା ପରେ ଶେଷରେ ପୀଡ଼ିତାଙ୍କୁ ଏକ ସରକାରୀ ପ୍ରାଥମିକ ସ୍କୁଲ୍‌ ନିକଟରେ ମୃତାବସ୍ଥାରେ ପାଇଥିଲେ।

ନାବାଳିକାଙ୍କ ଶରୀର ସାରା ରକ୍ତ ଲାଗିଥିଲା। ନାବାଳିକାଙ୍କ ନିକଟରେ ପଡ଼ିଥିବା ତାଙ୍କ ମୋବାଇଲ୍‌ ଫୋନ୍‌ଜବତ କରାଯାଇଛି। ପୁଲିସ୍‌ ଫୋନ୍‌ର କଲ୍‌ ଓ ମେସେଜ୍‌ ଚେକ୍‌କରି ତଦନ୍ତ ଆରମ୍ଭ କରିଛି।