ସାନିଟାଇଜର ଢ଼ାଳି ନିଆଁ ଲଗାଇ ସାମ୍ବାଦିକଙ୍କୁ ହତ୍ୟା କଲେ ତିନି ଯୁବକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ସାମ୍ବାଦିକ ଓ ତାଙ୍କ ସାଙ୍ଗଙ୍କୁ ସାନିଟାଇଜର ଢ଼ାଳି ନିଆଁ ଲଗାଇ ଜିଅନ୍ତା ଜାଳି ହତ୍ୟା କରିବା ଘଟଣାରେ ପୁଲିସ୍ ୩ ଜଣ ଯୁବକଙ୍କୁ ଗିରଫ କରିଛି। ମୃତ ସାମ୍ବାଦିକଙ୍କ ନାମ ରାକେଶ ସିଂହ ଓ ତାଙ୍କ ସାଙ୍ଗଙ୍କ ନାମ ପିଣ୍ଟୁ ସିଂହ ବୋଲି ଜଣାପଡ଼ିଛି।

ମୃତ୍ୟୁ ପୂର୍ବରୁ ସାମ୍ବାଦିକ ରାକେଶ ସିଂହ କହିଥିଲେ, ସେ ଗାଁର ମୁଖିଆ ଓ ତାଙ୍କ ପୁଅ କରୁଥିବା ଦୁର୍ନୀତି ସମ୍ପର୍କରେ ନିୟମିତ ଖବର ପ୍ରକାଶ କରୁଥିଲେ। ଏହି କାରଣରୁ ଅନେକ ଥର ତାଙ୍କୁ ଧମକ ମଧ୍ୟ ମିଳିଥିଲା। ଏହାକୁ କେନ୍ଦ୍ର କରି ବଳରାମପୁର‌ ଗାଁ ମୁଖିଆଙ୍କ ପୁଅ ରିଙ୍କୁ ମିଶ୍ର, ଲଳିତ ମିଶ୍ର ଓ ଆକ୍ରମ ରମେଶ ଓ ତାଙ୍କ ସାଙ୍ଗ ପିଣ୍ଟୁ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିଲେ।

UP Journalist Set On Fire With Sanitiser, Dies, 3 Arrested: Cops | LUCKNOW NYOOOZ

ସାମ୍ବାଦିକ ରାକେଶ ସିଂହ ଓ ତାଙ୍କ ୩୪ ବର୍ଷୀୟ ବନ୍ଧୁ ପିଣ୍ଟୁ ସାହୁଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବଳରାମପୁର ସ୍ଥିତ ଏକ ଘରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତରମାନେ ପିଣ୍ଟୁ ସାହୁ ଓ ସାମ୍ବାଦିକ ରାକେଶଙ୍କୁ ମୃତ ଘୋଷଣା କରିଥିଲେ।

ନଭେମ୍ବର ୨୭ରେ ଗୋଟିଏ ବିୟର ବାର୍‌ ନିକଟରେ ଲଳିତ ମିଶ୍ର ଓ ପିଣ୍ଟୁ ସାହୁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଥା କଟାକଟି ହୋଇଥିଲା। ଏହାକୁ କେନ୍ଦ୍ର କରି ତିନି ଜଣ ଯୁବକ ଏଭଳି କାଣ୍ଡ ଘଟାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର