ପୁଲିସର ବର୍ବରତା : ବିଚ୍‌ ରାସ୍ତାରେ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ପୁଲିସକର୍ମୀ

କାନୁପର : ଉତ୍ତରପ୍ରଦେଶର କାନପୁରରେ ପୁଲିସ କରିଥିବା ବର୍ବରତାକୁ ନେଇ ଏବେ ଲୋକେ ନିନ୍ଦା କରିବା ଆରମ୍ଭ କରିଛନ୍ତି । ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଘୋଷଡ଼ି ଘୋଷାଡ଼ି ପୁଲିସ ପିଟୁଥିବାର ଦୃଶ୍ୟ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ମହିଳାଙ୍କୁ ସୁରକ୍ଷା ଦେବାକୁ ଥିବା ପୁଲିସକର୍ମୀଙ୍କ ଏଭଳି କାମ ଏବେ ଏକ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ପୂରା ଘଟଣାଟି ସିସିଟିଭିରେ କଏଦ ହେବା ପରେ ଏବେ ଭାଇରାଲ ହୋଇଛି ।

Image result for rape
The Daily Star

ଭାଇରାଲ ହୋଇଥିବା ଭିଡିଓରେ, ପୀଡ଼ିତା ଶାଜିଆ ନାଜ୍‌ ନିଜ ଘର ବାହାରେ ଠିଆ ହୋଇ ଜଣେ ମହିଳା ପୁଲିସକର୍ମୀଙ୍କ ସହ କଥା ହେଉଥିବାର ଦେଖାଯାଇଛି । ଭିଡିଓରେ ଦୁଇ ପୁରୁଷ ପୁଲିସକର୍ମୀଙ୍କ ସମେତ ମହିଳା ଉପ-ନିରୀକ୍ଷକ ଓ ଅନ୍ୟ ୩ଜଣ ପୁଲିସକର୍ମୀ ଠିଆ ହୋଇଥିବା ନଜର ଆସିଛି । କିଛି ସମୟ କଥା ହେବା ପରେ ଜଣେ ମହିଳା ପୁଲିସକର୍ମୀ ଶାଜିଆଙ୍କୁ ଚାପୁଡ଼ା ମାରୁଛନ୍ତି । ଶାଜିଆ ଚାପୁଡ଼ାର ଜବାବ ଦେବାକୁ ଚାହିଁବାରୁ ମହିଳା ପୁଲିସକର୍ମୀଜଣଙ୍କ ଶାଜିଆଙ୍କୁ ମାଡ଼ ମାରିବା ସହ ଘୋଷାଡ଼ି ଘୋଷାଡ଼ି ପୁଲିସ ଷ୍ଟେସନକୁ ନେଉଛନ୍ତି । ଏହି ଘଟଣା ପରେ ଶାଜିଆ ଆହତ ହୋଇଥିବାରୁ ଏବେ ତାଙ୍କର ଚିକିିତ୍ସା ଚାଲୁ ରହିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଜଣେ ଦୋକାନୀ ଛୋଟ ଶିଶୁକୁ ମାଡ଼ ମାରୁଥିବା ଦେଖି ଶାଜିଆ ଦୋକାନୀକୁ ଚାପୁଡ଼ା ମାରିଥିଲେ । ଦୋକାନୀଜଣଙ୍କ ଏ ନେଇ ପୁଲିସରେ ଅଭିଯୋଗ କରିଥିବାରୁ ଶାଜିଆଙ୍କ ଘରକୁ ପୁଲିସ ଆସି ପହଞ୍ଚିଥିଲା ।

ସମ୍ବନ୍ଧିତ ଖବର