ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜଣେ ଆଇପିଏସଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଜଣେ ଆଇଏଏସ ଅଧିକାରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଭିଡିଓ ଶିକ୍ଷା ବିଭାଗର ଜଣେ ସ୍ବତନ୍ତ୍ର ସଚିବସ୍ତରର ଜଣେ ଅଧିକାରୀଙ୍କ ରହିଛି। ଏହି ଘଟଣାକୁ ନେଇ ଲକ୍ଷ୍ମୌ ସାଇବର ସେଲ ତଦନ୍ତ ଆରମ୍ଭ କରିଛି।
ଏଭଳି ଘଟଣା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌର ବୋଲି କୁହାଯାଉଛି। ଆଇଏଏସ ଅଧିକାରୀଙ୍କ ଭାଇରାଲ ଭିଡିଓ ଚଳିତବର୍ଷ ମାର୍ଚ୍ଚ ମାସ ପୂର୍ବର ବୋଲି କୁହାଯାଉଛି। ଅଧିକାରୀଙ୍କୁ ହନି ଟ୍ରାପରେ ଫସାଇ ଭିଡିଓ ତିଆରି କରାଯାଇଛି। ପ୍ରଥମେ ମହିଳା ଜଣକ ଅଧିକାରୀଙ୍କ ସହିତ କଥା ହୋଇଥିଲେ। ଏହାପରେ ଜାଲରେ ଫସାଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାଙ୍କ ବ୍ଲାକମେଲ କରିବା ଆରମ୍ଭ କରିଥିଲେ।
/sambad/media/post_attachments/61179e69bb6ee4e643b845f153ee335a12ca3ac7cf9434ded8ee83f6ffbb2712.jpeg)
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୀଡିତ ଆଇଏଏସ ଅଧିକାରୀ ଏହି ଘଟଣାକୁ ନେଇ ଲକ୍ଷ୍ମୌ ପୁଲିସର ସାଇବର ସେଲରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ଲକ୍ଷ୍ମୌ ସାଇବର ସେଲ ଟିମ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ଏଯାବତ ଅଭିଯୁକ୍ତକୁ ପୁଲିସ ଧରି ପାରି ନାହିଁ। ଖୁବଶୀଘ୍ର ଧରିବା ବୋଲି ପ୍ରତିଶ୍ରୁତି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/download-3.jpg)