ଶିଶୁ ଶରୀର ଅସୁସ୍ଥ ହେବାର ବାହାନା କରି ପ୍ରଫେସରଙ୍କୁ ଘରକୁ ଡାକି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିଲେ ମହିଳା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଜଣେ ମହିଳା ପ୍ରଫେସରଙ୍କୁ ବ୍ଲାକମେଲ କରି ୧୦ଲକ୍ଷ ଟଙ୍କା ଦାବି କରିବା ମହଙ୍ଗା ପଡ଼ିଛି। ମହିଳା ଜଣକ ତାଙ୍କ ଦୁଇଜଣ ସାଥୀଙ୍କ ସହିତ ମିଶି ପ୍ରଫେସରଙ୍କୁ ଲୁଟ କରିଥିବା ପୁଲିସରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ପୀଡିତ ପ୍ରଫେସରଙ୍କ ପାଖକୁ ଜଣେ ମହିଳା ଅଜଣା ନମ୍ବରରୁ କଲ କରିଥିଲେ। ପ୍ରଫେସର ଜଣକ ମହିଳାଙ୍କ ସହିତ କଥା ହୋଇଥିଲେ। ଏପରି ଭାବେ ଦୁହିଁଙ୍କ ମଧ୍ୟରେ କଥାବର୍ତ୍ତା ଜାରି ରହିଥିଲା। ଏକଦା ମହିଳା ଜଣକ ତାଙ୍କ ଶିଶୁର ଶରୀର ଅସୁସ୍ଥ ଥିବା କହି ଘରକୁ ଡାକି ଥିଲେ।

ସେଠାରେ ପୂର୍ବରୁ ଦୁଇଜଣ ଲୋକ ଉପସ୍ଥିତ ଥିଲେ। ପ୍ରଫେସର ଜଣକ ଯେମିତି ମହିଳାଙ୍କ ଘରେ ପହଞ୍ଚିଛନ୍ତି ସେ କିଛି ବୁଝିବା ପୂର୍ବରୁ ଦୁଇଜଣ ଲୋକ ପ୍ରଫେସରଙ୍କୁ ବାନ୍ଧି ପକାଇଥିଲେ ଏବଂ ତାଙ୍କ ପୋଷାକ ଖୋଲି ଦେଇଥିଲେ। ଏହାପରେ ପ୍ରଫେସରଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିଲେ। ପରେ ଏହି ଅଶ୍ଳୀଳ ଭିଡିଓକୁ ଭାଇରାଲ କରିଦେବାକୁ ଧମକ ଦେଇ ୧୦ଲକ୍ଷ ଟଙ୍କା ମହିଳା ଓ ତାଙ୍କର ଦୁଇଜଣ ସାଥୀ ପ୍ରଫେସରଙ୍କୁ ଦାବି କରିଥିଲେ।

ପ୍ରଫେସର କଳେବଳେ କୌଶଳେ ମହିଳା ଓ ତାଙ୍କ ଦୁଇଜଣ ସାଥୀଙ୍କ କବଳରୁ ମୁକୁଳି ଆସି ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଅଭିଯୋଗକ୍ରମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଥିବା ବେଳେ ମହିଳା ଜଣକ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର