ବାନ୍ଦା: ସୋସିଆଲ୍ ମିଡିଆରେ ଅନ୍ୟ ସଂପ୍ରଦାୟ ବିରୋଧରେ ଶନିବାର ଆପତ୍ତିଜନକ ପୋଷ୍ଟ୍ କରିଥିବା ଅଭିଯୋଗରେ ମଧ୍ୟପ୍ରଦେଶର ବାନ୍ଦାଠାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ଯୁବକ ହେଉଛନ୍ତି ଜୈକରନ ସୋଙ୍କର। ବଡୌଷା ଅଞ୍ଚଳର ଜୈକରନ ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟ ରାୟ ଶୁଣାଇବା ପରେ ସୋସିଆଲଥ ମିଡିଆରେ ଅନ୍ୟ ସଂପ୍ରଦାୟ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ବୋଲି ପୁଲିସ୍ ସୁପରିଟେଣ୍ଡେଣ୍ଟ୍ ଗଣେଶ ପ୍ରସାଦ ଶାହା କହିଛନ୍ତି।
ବାନ୍ଦା ପୁଲିସ୍ ଷ୍ଟେସନ୍ରେ ଜୈକରନଙ୍କ ବ୍ୟତୀତ ରୋହିତ କୁମାର ସିଂହଙ୍କ ନାମରେ ବି ମାମଲା ରୁଜ୍ଜୁ ହୋଇଛି। ଜୈକରନଙ୍କ ପରି ରେହିତ ମଧ୍ୟ ଅଯୋଧ୍ୟା ରାୟ ଶୁଣାଣି ପରେ ଅନ୍ୟ ଧର୍ମ ବିରୋଧୀ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।
ଉଲ୍ଲେଖଯୋଗ୍ୟ, ଦୀର୍ଘ ସାତ ଦଂଶଦ୍ଧି ପରେ ଗତକାଲି ସୁପ୍ରିମ୍କୋର୍ଟ ଐତିହାସିକ ଅଯୋଧ୍ୟା ମାମଲାର ଶୁଣାଣି କରି ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ମୁସ୍ଲମାନମାନଙ୍କ ପାଇଁ ମସ୍ଜିଦ୍ ନିର୍ମାଣ କରିବାକୁ ଅନ୍ୟତ୍ର ଜିମ ଦେବାକୁ ନିର୍ଦ୍ଦେଶ ହୋଇଛି। ସୁପ୍ରିମ୍କୋର୍ଟ ରାୟ ଶୁଣାଇବା ପରେ ସୋସିଆଲ୍ ମିଡିଆରେ କୌଣସି ପ୍ରକାରର ସଂପ୍ରଦାୟିକ ଭାବନାକୁ କ୍ଷୁଣ୍ଣ କରିବା ପରି ପୋଷ୍ଟ୍ ନ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।