ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏକ ଘରୋଇ କମ୍ପାନି‌ରେ କାମ କରୁଥିବା ଉତ୍ତରପ୍ରଦେଶର ଜଣେ ଇଞ୍ଜିନିୟର ଦୌଡ଼ି ଦେଇ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ଇଞ୍ଜିନିୟର ୨୪ପୃଷ୍ଠାର ଏକ ସୁଇସାଇଡ ନୋଟ ଲେଖିଯାଇଛନ୍ତି। ଏହି ନୋଟରେ ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଓ ସ୍ତ୍ରୀଙ୍କ ସମ୍ପର୍କୀୟଙ୍କ ନିର୍ଯାତନା ବିଷୟରେ ଉଲ୍ଲେଖ କରିଛନ୍ତି। ମୃତ ଇଞ୍ଜିନିୟରଙ୍କ ନାମ ଅତୁଲ ସୁଭାଷ। 

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଡିସେମ୍ବର ୯ ତାରିଖ ସକାଳେ ପୁଲିସ ଷ୍ଟେସନକୁ ଏକ କଲ ଆସିଥିଲା। ଏହି କଲରେ ଜଣେ ଇଞ୍ଜିନିୟର ସୁଇସାଇଟ କରିଥିବା ସମ୍ପର୍କରେ ସୂଚନା ଥିଲା। ଏହି ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତ ୩୪ବର୍ଷୀୟ ଇଞ୍ଜିନିୟରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

ଏହାପରେ ଉତ୍ତରପ୍ରଦେଶରେ ରହୁଥିବା ଅତୁଲଙ୍କ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦେଇଥିଲା ପୁଲିସ। ଖବର ପାଇ ଅତୁଲଙ୍କ ଭାଇ ବିକାଶ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ।

ବିକାଶଙ୍କ କହିବାନୁସାରେ, ଅତୁଲଙ୍କ ସ୍ତ୍ରୀ, ତାଙ୍କ ଭାଇ, ମା’ ଓ ଦାଦା ମିଶି ମୋ ଭାଇକୁ ମିଛ ମାମଲାରେ ଫସାଇ ୩କୋଟି ଟଙ୍କା ଦାବି କରୁଥିଲେ। ଏହି କାରଣରୁ ଭାଇ ଅନେକ ଦିନ ହେବ ଚାପରେ ରହିରହି ଶେଷରେ ଜୀବନ ହାରି ଦେଇଛି। 

ମୃତ୍ୟୁ ପୂର୍ବରୁ ଅତୁଲ ଯୋଡ଼ି ହୋଇଥିବା ଏକ ଏନଜିଓ ଗ୍ରୁପରେ ମେସେଜ କରି ଲେଖିଥିଲେ, ‘ସାର ଏହି ମେସେଜ ଗୁଡ଼ବାଏ କହିବାକୁ। ହୋଇପାରିବ ଯଦି ମୋ ପରିବାରଲୋକଙ୍କ ଯଥା ସମ୍ଭବ ସାହାଯ୍ୟ କରିବେ। ଏଯାବତ ମୋ ସହିତ ଥିବାରୁ ଅଶେଷ ଧନ୍ୟବାଦ।’

ମୃତ୍ୟୁ ପୂର୍ବରୁ ସୁଇସାଇଡ ନୋଟକୁ ଅତୁଲ ତାଙ୍କ ଜଣାଶୁଣା ଲୋକଙ୍କୁ ଇମେଲା କରିଥିଲେ। କେବଳ ଏତିକି ନୁହେଁ ସେ ଜୀବନ ହାରିଥିବା କୋଠରିରେ ଥିବା କାନ୍ଥ ଓ  ଆଲମିରାରେ ଗୁରୁତ୍ବପୂର୍ଣ୍ଣ କାଗଜର ସୂଚନା, ଗାଡ଼ିର ଚାବି କେଉଁଠି ଅଛି, ସେ କରିଥିବା କାମ ଓ ବାକି ରହିଥିବା କାମ ସମ୍ପର୍କରେ ଏକ କାଗଜରେ ଉଲ୍ଲେଖ ଅଠା ମାରି ଲଗାଇଥିଲେ।