ପତି ଦୁଷ୍କର୍ମ କରୁଥିବା ବେଳେ ପତ୍ନୀ କରୁଥିଲା ଭିଡିଓ ରେକର୍ଡିଂ: ଦୁଇ ପୀଡ଼ିତାଙ୍କୁ ବ୍ଲକ୍‌ମେଲ୍‌ କରି ପତି-ପତ୍ନୀ ଗିରଫ

ମୁଜାଫର୍‌ନଗର: ଉତ୍ତରପ୍ରଦେଶର ମୁଜାଫର୍‌ନଗରରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ଜଣ ମହିଳାଙ୍କୁ ମୁଜାଫର୍‌ନଗରର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ବ୍ୟକ୍ତି ଜଣକ ଦୁଷ୍କର୍ମ କରୁଥିବା ସମୟରେ ତାଙ୍କ ପତ୍ନୀ ସେହି ସମୟର ଭିଡଓ ରେକର୍ଡିଂ କରୁଥିଲେ। ଭିଡିଓ ରେକର୍ଡିଂ କରି ଉଭୟ ପତି ଓ ପତ୍ନୀ ଦୁଇ ପୀଡ଼ିତାଙ୍କୁ ବ୍ଲକ୍‌ମେଲିଂ କରୁଥିବା ଅଭିଯୋଗ ହୋଇଛି।

୨୨ ଓ ୨୩ ବର୍ଷୀୟା ଦୁଇ ମହିଳାଙ୍କୁ ଅଭିଯୁକ୍ତ ସଞ୍ଜୟ ଲୋହନ ନ୍ୟୁୟୁ ମାଣ୍ଡି ଅଞ୍ଚଳରୁ ଧରି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ସୂଚନା ରହିଛି। ତେବେ ସଞ୍ଜୟର ପତ୍ନୀ ରୀତା ସେ ସମୟର ଘଟଣାକୁ ଭିଡିଓ କରିଥିବା ଜାଣିବାକୁ ମିଳିଛି।

ପୀଡ଼ିତା ମହିଳା ଦୁଇ ଜଣ ପୁଲିସ୍‌କୁ ସୂଚନା ଦେଇ କହିଛନ୍ତି ଯେ ସେମାନଙ୍କୁ ଦୁଷ୍କର୍ମ ଅନ୍ୟ ଜଣେ କରିଥିଲା ଆଉ ବ୍ଲାକମେଲିଂ କରୁଥିବା ଲୋକ ଭିନ୍ନ। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ପତି ଓ ପତ୍ନୀଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର