ଶାହାଜାହନପୁର: ପୁଅ-ବୋହୂଙ୍କ କଳିରେ ବଳି ପଡ଼ିଲା ମା’। ସ୍ତ୍ରୀ ସହ ଝଗଡ଼ା ବେଳେ ମା’ ବୁଝାଇବାକୁ ଆସିବାରୁ ହତ୍ୟା କଲା ପୁଅ। ଉତ୍ତରପ୍ରଦେଶର ଶାହାଜାହାନପୁରରେ ଘଟିଛି ଏଭଳି ଘଟଣା। ଏହି ଘଟଣା ପରେ ଏବେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଅଭିଯୁକ୍ତର ନାମ ବିନୋଦ କୁମାର(୨୫)ବୋଲି ଜଣାଯାଇଛି।
ପୁଲିସର କହିବା ମୁତାବକ, "ମଦ୍ୟପାନ କରି ଘରେ ପ୍ରାୟତଃ ଝଗଡ଼ା କରେ ବିନୋଦ କୁମାର। ଗୁରୁବାର ସନ୍ଧ୍ୟାରେ ମଦ୍ୟପାନ କରି ସେ ତାଙ୍କ ସ୍ତ୍ରୀଙ୍କୁ ପିଟୁଥିଲେ। ଯେତେବେଳେ ତାଙ୍କ ମାଆ ନୈନା ଦେବୀ (୬୦) ହସ୍ତକ୍ଷେପ କଲେ, ସେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଆମକୁ ଖବର ମିଳିବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ବିନୋଦ କୁମାରକୁ ଗିରଫ କରିଛୁ। ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/07/NwPI5R7AX6cbqyMEK7UF.jpg)