ବଲ୍ଲିଆରେ ବ୍ୟାଙ୍କ୍‌ ଅଫ୍‌ କର୍ଣ୍ଣାଟକର ନକଲି ଶାଖା ଖୋଲି ଗରିଫ ହେଲେ ଉତ୍ତରପ୍ରଦେଶ ବ୍ୟକ୍ତି

ବାରାଣସୀ: ବୁଧବାର ଦିନ ବଲ୍ଲିଆ ଜିଲ୍ଲାର ଫେଫ୍‌ନା ଅଞ୍ଚଳର ମୁଲାୟମ୍‌ ନଗର ଠାରେ ବ୍ୟାଙ୍କ୍‌ ଅଫ୍‌ କର୍ଣ୍ଣାଟକର ଏକ ନକଲି ଶାଖା ଧରାପଡ଼ିଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ତାଙ୍କ ଠାରୁ ୧ ଲକ୍ଷ ୭୦ ହଜାର ଟଙ୍କା ଉଦ୍ଧାର କରିଛି।

ଗିରଫ ହୋଇ ଥିବା ବାଦାଉନ୍‌ର ବ୍ୟକ୍ତି ଆଫକ୍‌ ଅହମଦ୍‌ ନିଜକୁ ମୁମ୍ବାଇ ପଶ୍ଚିମର ବିନୋଦ କୁମାର କମ୍ବାଲି ବୋଲି କହି ଏହି ବ୍ରାଞ୍ଚ୍‌ର ମ୍ୟାନେଜର ଭାବେ କାମ କରୁଥିଲେ। ପରିବର୍ତ୍ତିତ ନାମକୁ ଚାହିଁ ଅହମଦ୍‌ଙ୍କ ପାଖରେ ଏକ ଜାଲ୍‌ ଆଧାର ଏବଂ ଅନ୍ୟାନ୍ୟ ପରିଚୟ ପତ୍ର ଥିଲା। ପୁଲିସ କହେ, ୧୫ଟି ସଞ୍ଚୟ ଖାତା ଏବଂ ଫିକ୍ସଡ୍‌ ଡିପୋଜିଟ୍‌ କରାଇ ସ୍ଥାନୀୟ ଲୋକଙ୍କ ଠାରୁ ଅହମଦ୍‌ ୧. ୩୭ ହଜାର ଟଙ୍କା ଆଦାୟ କରିଥିଲେ। ଫର୍ମ, ପାସ୍‌ବୁକ୍‌, ତିନୋଟି କମ୍ପ୍ୟୁଟର୍‌, ଲାପ୍‌ଟପ୍‌, ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ପୁଲିସ ଜବତ କରିଛି।

ସହରର ସିଓ ହିତେନ୍ଦ୍ର କୃଷ୍ଣ କହନ୍ତି, ଆଜି ଅପରାହ୍ଣରେ ବ୍ୟାଙ୍କ୍‌ ଅଫ୍‌ କର୍ଣ୍ଣାଟକର ଜେନେରାଲ୍‌ ମ୍ୟାନେଜର୍‌ ବିବିଏଚ୍‌ ଉପାଧ୍ୟାୟ ଏବଂ ତାଙ୍କ ଅଧସ୍ତନ କର୍ମଚାରୀମାନେ ବାରାଣସୀ ଅଫିସ୍‌ରୁ ଆସି ବଲ୍ଲିଆ ପହଞ୍ଚି ନକଲି ବ୍ୟାଙ୍କ୍‌ ଶାଖା ଚାଲିଥିବା କଥା ପୁଲିସରେ ଜଣାଇ ଥିଲେ।

ଏହି ସୂଚନା ଆଧାରରେ, ବ୍ୟାଙ୍କ୍‌ ସହକର୍ମୀଙ୍କ ସହ କୃଷ୍ଣ ଏବଂ ପୁଲିସ ଦଳ ମୁଲାୟମ୍‌ ନଗରସ୍ଥିତ ଜଣେ ଅବସରପ୍ରାପ୍ତ ସେନା କର୍ମୀଙ୍କ ଘରେ ଚାଲିଥିବା ନକଲି ବ୍ୟାଙ୍କ୍‌ ଶାଖାରେ ଚଢ଼ାଉ କରିଥିଲେ।

ସମ୍ବନ୍ଧିତ ଖବର