ବୁଲନ୍ଦସହର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉତ୍ତରପ୍ରଦେଶର ଏକ ଅଦାଲତ ବୁଧବାର ଜନୈକା ୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସଂପୃକ୍ତ ଜଣେ ଅପରାଧୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଅପରାଧରେ ବୁଧବାର ଦିନ ଜିଲ୍ଲା ଅଦାଲତ ଜଣେ ଅପରାଧୀକୁ ଏହି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ମଧ୍ୟ ପୀଡିତାଙ୍କ ମୃତ ଶରୀରକୁ ଲୁଚାଇ ରଖିଥିବା ଅନ୍ୟ ବ୍ୟକ୍ତିଙ୍କ ଉପରେ ୧ଲକ୍ଷ ୪୦ ହଜାର ଟଙ୍କାର ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି।
ଘଟଣାର ବିବରଣୀରୁ ପ୍ରକାଶ ପୀଡ଼ିତା ନାବାଳିକା ଜଣକ ଖେଳୁଥିବା ବେଳେ ଗତ ଜୁଲାଇ ୧୦ ତାରିଖରେ ଅପରାଧୀ ପ୍ରେମ ସିଂ ପ୍ରଜାପତି ତାକୁ ଅପହରଣ କରିନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରି ଦେଇଥିଲା। ପୁଲିସ ସୂଚନା ଅନୁଯାୟୀ, ପ୍ରଜାପତି ନାବାଳକକୁ ବଳାତ୍କାର କରି ହତ୍ୟା କରିବା ପରେ ଗାଁର ଏକ ପୋଖରୀ ନିକଟରେ ତା’ର ମୃତଦେହକୁ ଲୁଚାଇ ରଖିଥିଲା। ତେବେ, ଗୁରୁତ୍ୱପୂର୍ଣ୍ଣ ହେଲା, ଅପରାଧ ଘଟିବାର ୧୧ ଦିନ ମଧ୍ୟରେ ଏହି ମାମଲାର ତଦନ୍ତ ଶେଷ କରି ପୁଲିସ ଦୋଷୀଙ୍କୁ ଗିରଫ କରିବା ସହ ଅଦାଲତରେ ତା’ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/A1.jpg)