ଲୁଡୁ ଖେଳ ମଝିରେ କାଶି ଦେବାରୁ ବ୍ୟକ୍ତିଙ୍କୁ ଗୁଳିମାଡ଼, ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି

ଲକ୍ଷ୍ନୌ: କରୋନା ଭାଇରସ୍‌ ସାରା ବିଶ୍ବବାସୀଙ୍କ ଭିତରେ ଭୟର ଆତଙ୍କ ଖେଳାଇଥିବା ବେଳେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଲୁଡୁ ଖେଳ ମଧ୍ୟରୁ କାଶି ଦେବାରୁ ତାଙ୍କୁ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଏପରି ଘଟିଛି ବୋଲି ଗ୍ରେଟର ନୋଇଡା ପୁଲିସ୍‌ ସୂଚନା‌ ଦେଇଛି।

ଦୟାନଗର ଗାଁରେ ଥିବା ଏକ ମନ୍ଦିରରେ ୪ ଜଣ ଗ୍ରାମବାସୀ ମିଶି ଲୁଡୁ ଖେଳୁଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର କାଶ ହେବାରୁ ପରସ୍ପରଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା। ଫଳରେ ଜଣେ ଲୋକ କାଶୁଥିବା ଲୋକ ଉପରକୁ ଗୁଳି ଚାଳନା କରିବାରୁ ବ୍ୟକ୍ତି ଜଣକ ଆହତ ହୋଇ ପଡ଼ିଥିଲେ ଓ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇ ତାଙ୍କର ଚିକିତ୍ସା କରାଯାଉଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଗୁଳି ମାରିଥିବା ଓ ଆହତ ‌ହୋଇଥିବା ୨ ଜଣ ଯାକ ବ୍ୟକ୍ତି ଦୟାନଗର ଗାଁର। ଗୁରୁତର ବ୍ୟକ୍ତିିଙ୍କ ନାମ ପ୍ରଶାନ୍ତ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର