ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କରିବା ସହ ନିଜ ଗୁପ୍ତାଙ୍ଗ କାଟିଲା ସ୍ୱାମୀ

ଗୋରଖପୁର: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଶାରୀରିକ ସଂପର୍କ ନ ରଖିବାରୁ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ୨୪ବର୍ଷୀୟ ଅଭିଯୁକ୍ତ ନିଜର ଗୁପ୍ତାଙ୍ଗ ମଧ୍ୟ କାଟି ଦେଇଥିଲେ । ଏ ନେଇ ପୁଲିସକୁ ଖବର ମିଳିବା ପରେ ଅଭିଯୁକ୍ତକୁ ବାବା ରାଘବ ଦାସ ମେଡିକାଲ କଲେଜରେ ଭର୍ତ୍ତି କରାଇ ପୀଡ଼ିତାଙ୍କ ଶବକୁ ବେବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ଅଭିଯୁକ୍ତ ଅନଓ୍ଵରଉଲ ହସନ ସିଦ୍ଧାର୍ଥନଗର ଜିଲ୍ଲାର ପୋଖର ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି ।

Pakistan Today

ସୂଚନା ମୁତାବକ, ହସନ ୨୦ବର୍ଷୀୟ ପୀଡ଼ିତାଙ୍କୁ ବର୍ଷେ ତଳେ ବିବାହ କରିଥିଲେ । ବିବାହ ପରେ ହସନ ଗୁଜୁରାଟର ସୁରଟକୁ କାମ କରିବାକୁ ଚାଲି ଯାଇଥିଲେ । ଘଟଣାର ଦୁଇ ଦିନ ପୂର୍ବରୁ ଫେରି ନିଜ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହିଁବାରୁ ପୀଡ଼ିତା ମନା କରି ଦେଇଥିଲେ । ଯାହା ପରେ ରାଗରେ ହସନ ଶୁକ୍ରବାର ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିବା ସହ ନିଜ ଗୁପ୍ତାଙ୍ଗ କାଟି ଦେଇଥିଲେ । ଶନିବାର ସକାଳ ସମୟରେ ପଡ଼ୋଶୀଙ୍କୁ ଏ ନେଇ ସୂଚନା ମିଳିବା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର