ଲକ୍ଷ୍ମୌ: ଉତ୍ତର ପ୍ରଦେଶର ମୁରାଦାବାଦର କୋତୱାଲି ଗଲସହିଦ ଅଞ୍ଚଳର ପ୍ରିନ୍ସ ରୋଡରେ ଏକ ଭୟାବହ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଏକ ଦ୍ରୁତଗାମୀ ସ୍କୁଲ ବସ୍ ପ୍ରଥମେ ଏକ କାରକୁ ଧକ୍କା ଦେବା ପରେ ସ୍କୁଟିରେ ବସିଥିବା ଜଣେ ମହିଳାଙ୍କୁ ଘୋଷାଡ଼ି ନେଇଥିଲା।
ସମ୍ପୂର୍ଣ୍ଣ ଘଟଣାଟି ଦୁର୍ଘଟଣାସ୍ଥଳରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା। ପୁଲିସ ଯାଞ୍ଚ ସମୟରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଦ୍ରୁତ ଗତିରେ ଯାଉଥିବା ଏକ ଘରୋଇ ସ୍କୁଲ ବସ୍ ପ୍ରଥମେ ଏକ କାରକୁ ଧକ୍କା ଦେଇଥିଲା। ଏହାପରେ ସ୍କୁଟିକୁ ଧକ୍କା ଦେଇ ମହିଳାଙ୍କୁ ୫୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ମହିଳା ଜଣକ ରକ୍ଷା କର ପ୍ରଭୁ ରକ୍ଷା କର ବୋଲି ଚିତ୍କାର କରୁଥିଲେ।
ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ବସ ପଛେପଛେ ଦୌଡ଼ି ଯାଇଥିଲେ। ୫୦ମିଟର ଯିବା ପରେ ମହିଳାଙ୍କୁ ଉଦ୍ଧାର କରା ଯାଇଥିଲା।ବସ୍ ଚାଳକ ମଦ୍ୟପାନ କରି ଏହି ଦୁର୍ଘଟଣା ଘଟାଇଥିଲେ। ଦୁର୍ଘଟଣା ପରେ ସେ ଘଟଣସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ତାଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/12/new-project-10-2025-08-12-14-07-16.jpg)