ବାଗପତ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଜଣେ ସରକାରୀ ଶିକ୍ଷକ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। 

Advertisment

ସୂଚନାଯୋଗ୍ୟ, ବାଗପତ ଜିଲ୍ଲାର ସୁନହେଡା ଗାଁର ଯୁବକମାନେ ଗାଁ ପଡ଼ିଆରେ କ୍ରିକେଟ୍ ମ୍ୟାଚ୍ ଖେଳୁଥିଲେ। ଏହି ସମୟରେ କନଷ୍ଟେବଳ ଅଜୟ ପନୱାରଙ୍କର ଗାଁର ଜଣେ ସରକାରୀ ଶିକ୍ଷକଙ୍କ ସହ ବିବାଦ ହୋଇଥିଲା। 

ବିବାଦ ଦିନ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଅଜୟ ତାଙ୍କ ଘର ପାଖରେ ଠିଆ ହୋଇଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ଶିକ୍ଷକ ଜଣକ କନଷ୍ଟେବଳଙ୍କ ଉପରକୁ ଗୁଳି କରି  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 
ଗାଁ ଲୋକମାନେ ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗୁରୁତର ଅବସ୍ଥାରେ କନଷ୍ଟେବଳ ଅଜୟ ପନୱାରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଃଖର ବିଷୟ ଡାକ୍ତର ଅଜୟ ପନୱାରଙ୍କୁ ମୃତ ଘୋଷଣା କରିଥିଲେ।  

ମୃତ କନଷ୍ଟେବଳଙ୍କ ପରିବାର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରି ହତ୍ୟାକାରୀ ସରକାରୀ ଶିକ୍ଷକଙ୍କୁ ଖୁବଶୀଘ୍ର ଗିରଫ କରିବା ପାଇଁ ଅଜୟଙ୍କ ପରିବାରଲୋକଙ୍କୁ ପ୍ରତିଶ୍ରୁତି ଦେଇଛି।