ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଦେଖି ଅଶ୍ଳୀଳ କାମ କଲେ ପୁଲିସକର୍ମୀ, ଭିଡ଼ିଓ ଭାଇରାଲ ପରେ ହେଲେ ନିଲମ୍ବିତ

ଦେଓରିଆ: ଉତ୍ତରପ୍ରଦେଶର ଦେଓରିଆରେ ଥିବା ଜଣେ ପୁଲିସକର୍ମୀ ପୁଲିସ ଷ୍ଟେସନ ଭିତରେ ଜଣେ ମହିଳାଙ୍କୁ ଦେଖି ଅଶ୍ଳୀଳ କାମ କରୁଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଥରେ ନୁହେଁ ଅନେକ ଥର ମହିଳାଙ୍କ ସହ ଏଭଳି ଘଟିବା ପରେ ସେ ଏହି ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ନିଷ୍ପତି ନେଇଥିଲେ | ପୁଲିସ ଅଧିକାରୀଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ପୀଡିତା ଅଭିଯୁକ୍ତ ପୁଲିସ ଅଧିକାରୀଙ୍କର ଅଶ୍ଳୀଳ କାମ କରୁଥିବାର ଭିଡ଼ିଓ ତିଆରି କରିଥିଲେ | ବର୍ତ୍ତମାନ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଅଭିଯୁକ୍ତଜଣଙ୍କ ଭଟନୀ ଥାନାର ଷ୍ଟେସନ ହାଉସ ଅଫିସର ଭୀଷ୍ମ ପାଲ ସିଂ ବୋଲି ଜଣା ପଡିଛି | ଭିଡ଼ିଓଟି ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବରିଷ୍ଠ ପୁଲିସ ଅଧିକାରୀ |

UP: Deoria officer suspended over obscene behaviour before woman ...
India TV News

ମହିଳାଙ୍କ ଅଭିଯୋଗ ମୁତାବକ, ଜମି ବିବାଦକୁ ନେଇ ସେ ଅନେକ ଥର ପୁଲିସ ଷ୍ଟେସନ ଯାଉଥିଲେ | ଏହି ସମୟରେ ଅଭିଯୁକ୍ତ ପୁଲିସକର୍ମୀ ତାଙ୍କୁ ଦେଖି ଅଶ୍ଳୀଳ କାମ କରିବା ଆରମ୍ଭ କରିଦେଉଥିଲେ | ବାରମ୍ବାର ଏଭଳି ହେବାରୁ ସେ ଏହାର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | ଭିଡ଼ିଓ ଭାଇରାଲ ହେବା ପରେ ଏବେ ଅଭିଯୁକ୍ତକୁ ନିଲମ୍ବିତ କରାଯାଇଛି |

ସମ୍ବନ୍ଧିତ ଖବର