ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଦେଓରିଆସ୍ଥିତ ଏକ ଆଶ୍ରମରେ ଚାଲୁଥିବା ସେକ୍ସ ସ୍କାଣ୍ଡାଲ୍‌ର ପର୍ଦ୍ଦାଫାସ ହୋଇଥିଲା ଗତ ଅଗଷ୍ଟ ମାସରେ। ଏବେ ସେହି ମାମଲାରେ ଆଉ ଏକ ଚମକପ୍ରଦ ଖବର ସାମ୍ନାକୁ ଆସିଛି। ଦେଓରିଆ ଜିଲ୍ଲାରେ ଥିବା ମା ବିନ୍ଧ୍ୟାବାସିନୀ ମହିଳା ଓ ବାଳିକା ସଂରକ୍ଷଣ ଗୃହରେ ସେକ୍ସ ସ୍କାଣ୍ଡାଲ୍‌ର ତଦନ୍ତ ବେଳେ ପୁଲିସ ଏହା ଜାଣିବାକୁ ପାଇଛି।

Advertisment

ମା ବିନ୍ଧ୍ୟାବାସିନୀ ମହିଳା ଓ ବାଳିକା ସଂରକ୍ଷଣ ଗୃହର ସଞ୍ଚାଳିକା ତଥା ମାଲିକାଣୀ ଗିରିଜା ତ୍ରିପାଠୀ ଏଠାରେ ରହୁଥିବା ଝିଅମାନଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କର ମନୋରଂଜନ ପାଇଁ ପଠାଉଥିଲେ। ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଅତିଥିମାନଙ୍କ ପାଖକୁ ଯିବା ପୂର୍ବରୁ ଝିଅମାନଙ୍କୁ ଡ୍ରଗ୍‌ସ ସେବନ କରିବାକୁ ଦିଆଯାଉଥିଲା,ଯାହା ଦ୍ୱାରା ଶାରୀରିକ ସଂପର୍କ ବେଳେ ସେମାନେ ଯନ୍ତ୍ରଣା ଅନୁଭବ କରିପାରିବେ ନାହିଁ।

publive-image

ଏଠାରୁ ଜଣେ ୧୧ ବର୍ଷୀୟା ନାବାଳିକା ଖସି ଆସି ପୁଲିସକୁ ସେକ୍ସ ରାକେଟ୍‌ ସଂପର୍କରେ ସୂଚନା ଦେବାପରେ ଘଟଣା ଲୋକଲୋଚନକୁ ଆସିଥିଲା। ଆହୁରି ମଧ୍ୟ ଯେ ସେଠାରେ ଖରାପ ମାନର ଖାଦ୍ୟ ଦିଆଯାଉଥିଲା ଓ ଝିଅମାନଙ୍କୁ ଶାରୀରିକ ନିର୍ଯାତନା ବି ଦିଆଯାଉଥିଲା।