କୁକୁର ସହ ଅପ୍ରାକୃତିକ ଯୌନକ୍ରିୟା କରି ଗିରଫ ହେଲେ ୩ ଅଭିଯୁକ୍ତ
ଲକ୍ଷ୍ନୌ : ଆଜିକାଲି ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବାରୁ ସରକାର ଚିନ୍ତାରେ । କଡ଼ା ଆଇନ ପ୍ରୟଣନ ସତ୍ତ୍ୱେ ମଧ୍ୟ ଅଭିଯୁକ୍ତମାନେ ଅପରାଧ କରିବାକୁ ଡ଼ରୁ ନାହାନ୍ତି । ମହିଳା ଏବଂ ଶିଶୁମାନେ ଏଭଳି ଦାନବଙ୍କ ଶିକାର ହେଉଥିବା ବେଳେ ଏବେ ନିରୀହ କୁକର ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ପୋଷା କୁକୁର ସହ ୩ଜଣ ଆପ୍ରାକୃତିକ ଯୌନକ୍ରିୟା କରିଥିବାରୁ ଶୁକ୍ରବାର ଉତ୍ତରପ୍ରଦେଶ ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
କୁକୁରର ମାଲିକାଣୀ ସନ୍ତୋଷ କୁମାରୀଙ୍କ ଅନୁଯାୟୀ, ଗୁରୁବାର ରାତିରେ ଆମ ଘରେ ଭଡ଼ା ରହୁଥିବା ଦିନେଶ କୁମାର ନିଜର ଦୁଇ ବନ୍ଧୁଙ୍କ ସହ ମିଶି ମୋ ପୋଷା କୁକୁରକୁ ନିଜ ରୁମ୍କୁ ନେଇ ଚାଲି ଯାଇଥିଲେ । ଶୁକ୍ରବାର ସକାଳେ ମୁଁ ତାକୁ ଖୋଜି ଦିନେଶଙ୍କ ରୁମ୍ରେ ପହଞ୍ଚିବା ପରେ କୁକୁରଟି ଅଚେତ ଅବସ୍ଥାରେ ତଳେ ପଡ଼ିଥିଲା । ତାହାର ଗୁପ୍ତାଙ୍ଗରେ ଆଘାତ ଲାଗିଥିବା ଦେଖି ମୁଁ ଡ଼ାକ୍ତରଙ୍କ ପାଖକୁ ନେଇଥିଲି । ଯାହା ପରେ କୁକୁର ସହ ଆପ୍ରାକୃତିକ ଯୌନକ୍ରିୟା କରାଯାଇଥିବା କହିଥିଲେ ଡ଼ାକ୍ତର । ଏବେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇ ସାରିଥିବା ବେଳେ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୁଲିସ ।