ସୀତାପୁର : ସ୍ୱାମୀ ତିନ୍ ତଲାକ୍ ଦେବା ପରେ ପୁଲିସରେ ଅଭିଯୋଗ କରିଥିଲେ ମହିଳା । ଏହା ଜାଣି ଅଭିଯୋଗ ଫେରାଇ ଆଣିବାକୁ ଶାଶୁଘର ଲୋକେ ବାଧ୍ୟ କରିଥିଲେ ମଧ୍ୟ ପୀଡ଼ିତା ଅଭିଯୋଗ ଫେରାଇ ଆଣିବାକୁ ମନା କରିଥିଲେ । ଯାହା ପରେ ଶାଶୁଘର ଲୋକେ ରାଗରେ ପୀଡ଼ିତାଙ୍କ ନାକ କାଟି ଦେଇଥିବା ଜଣା ପଡ଼ିଛି । ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।
/sambad/media/post_attachments/13ff412ab0b866f5f228e4b06134bfdcecdfba9db503b6b5921b2d74452881ab.jpeg)
ସୂଚନା ମୁତାବକ, ପୀଡ଼ିତାଙ୍କ ବିବାହ ମେ’ ୧୪, ୨୦୧୯ରେ ସଦ୍ଧାମଙ୍କ ସହ ହୋଇଥିଲା । ବିବାହ ପରଦିନ ମେ’ ୧୫ତାରିଖରେ ପୀଡ଼ିତାଙ୍କଠାରୁ ୩୫,୦୦୦ଟଙ୍କା ନେଇ ସଦ୍ଧାମ କାମ କରିବା ବାହାନାରେ ବାହାରକୁ ଚାଲି ଯାଇଥିଲେ । ମାସେ ପରେ ଫୋନ କରି ଯୌତୁକରେ ବାଇକ୍ ମାଗିଥିଲେ ସଦ୍ଧାମ । କିନ୍ତୁ ପୀଡ଼ିତା ଦେବାକୁ ମନା କରି ଦେଇଥିଲେ । ରାଗରେ ଅଗଷ୍ଟ ୩ରେ ଫୋନ କରି ପୀଡ଼ିତାଙ୍କୁ ତିନ୍ ତଲାକ୍ ଦେଇଥିଲେ ଅଭିଯୁକ୍ତ ସଦ୍ଧାମ । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବାରୁ ତାଙ୍କ ଶାଶୁଘର ଲୋକେ ନାକ କାଟିବା ଭଳି ବର୍ବର କାଣ୍ଡ କରିଥିବା ସାମ୍ନାକୁ ଆସିଛି ।