ଲକ୍ଷ୍ନୌ: ଏକା ସାଥିରେ ୨୫ଟା ସ୍କୁଲ୍ରେ ପାଠ ପଢ଼େଇ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ୟୁପିର ଜନୈକା ଶିକ୍ଷୟିତ୍ରୀଙ୍କୁ ଉତ୍ତରପ୍ରଦେଶ ପୁଲିସ୍ ଶନିବାର ଗିରଫ କରିଛି। ଅନାମିକା ଶୁକ୍ଳା ନାମ୍ନୀ ଏହି ଶିକ୍ଷୟିତ୍ରୀ ଏକା ସାଥିରେ ୨୫ଟା ସ୍କୁଲ୍ରେ ପାଠ ପଢ଼େଇ ୧ କୋଟି ଟଙ୍କା ଦରମା ଉଠାଇଥିଲେ ବୋଲି ଅଭିଯୋଗ ହୋଇଛି।
ଶୁକ୍ଳା ଧରାପଡ଼ିବା ପରେ ତାଙ୍କୁ ଇସ୍ତଫା ପତ୍ର ପଠାଇ ଦିଆଯାଇଥିଲା। ପରେ ତାଙ୍କୁ ରାସ୍ତା ଉପରୁ ଧରି ନିଆଯାଇ ସୋର ପୁଲିସ୍ ଷ୍ଟେସନ୍ରେ ଜିମା କରାଯାଇଥିଲା। ମଣିପୁରର ବାସିନ୍ଦା ଶୁକ୍ଳା କାଶଗଞ୍ଜର ଫରିଦାପୁରରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଫୁଲ୍ ଟାଇମ୍ ଚାକିରି କରିବା ସହ ଅନ୍ୟ କେତେକ ସ୍କୁଲ୍ରେ ମଧ୍ୟ ଚାକିରି କରିଥିଲେ ବୋଲି ଅଭିଯୋଗ ହୋଇଛି। ସେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମେତ ଆମ୍ବେଦକର ନଗର, ବାଘପତ, ଆଲିଗଡ଼, ଶାହାରନପୁର ଏବଂ ପ୍ରୟାଗରାଜ ଜିଲ୍ଲାରେ ଥିବା ସ୍କୁଲ୍ମାନଙ୍କରେ ଚାକିରି କରିଥିବା ସୂଚନା ରହିଛି।
/sambad/media/post_attachments/wp-content/uploads/2020/06/handcuffs-arrest-300x200.jpg)
ଯେତେବେଳେ ମାନବ ସମ୍ପଦ ପୋର୍ଟାଲ୍ରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କର ବ୍ୟକ୍ତିଗତ ତଥ୍ୟ ଯେପରିକି ନିଯୁକ୍ତି ତାରିଖ ଓ ପ୍ରମୋସନ ଆଦି ଦିଆଯିବା ନେଇ ବଧ୍ୟତାମୂଳକ କରାଯାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଗଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହି ରେକର୍ଡ ଅପ୍ଲୋଡ୍ ହେବା ପରେ ଶୁକ୍ଳାଙ୍କ ବ୍ୟକ୍ତିଗତ ତଥ୍ୟ ୨୫ଟି ସ୍କୁଲ୍ ରେକର୍ଡରୁ ମିଳିଲା।