ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଗ୍ରାରେ ଦୁଇଜଣ ବାଳକ ସେମାନଙ୍କ ଶିକ୍ଷକଙ୍କ ଗୋଡ଼ରେ ଗୁଳି ମାରିବା ପରେ ନିଜକୁ ‘ଗ୍ୟାଙ୍ଗ୍ଷ୍ଟର୍’ ବୋଲି ପରିଚୟ ଦେଇ ଏକ ଭିଡିଓ ରେକର୍ଡ କରିଥିବା କଥା ଆଜି ପୁଲିସ କହିଛି।
ଆହୁରି ୩୯ ଥର ଗୁଳି ମାରିବେ ବୋଲି ଉକ୍ତ ଭିଡିଓରେ ସେମାନେ ଶିକ୍ଷକଙ୍କୁ ଧମକ ଦେଇଛନ୍ତି।
ଗୁଳି ଚୋଟରେ ଆହତ ହୋଇଥିବା ସୁମିତ ନାମକ ସେ ଶିକ୍ଷକ ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଗୁରୁବାର ଦିନ ଶିକ୍ଷକଙ୍କ ଉପରକୁ ଗୁଳି ମାରିଥିବା ବାଳକ ଦୁହିଁଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି।
ଅସଭ୍ୟ ଭାଷାରେ ପରିପୂର୍ଣ୍ଣ ସେ ଭିଡିଓରେ ବାଳକ ଦୁହେଁ କହୁଛନ୍ତି ଯେ, ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇବା ପାଇଁ ୬ ମାସ ପରେ ସେମାନେ ପୁଣି ଆସିବେ।
ସମ୍ପ୍ରତି ଭାଇରାଲ୍ ହୋଇଥିବା ଉକ୍ତ ଭିଡିଓରେ ଗିରଫ ହୋଇଥିବା ବାଳକମାନଙ୍କ ମଧ୍ୟରୁ ଜଣେ କହୁଛି, ମୁଁ ୬ ମାସ ପରେ ଫେରିବି। ତାଙ୍କୁ ୪୦ ଥର ଗୁଳି ମାରିବା କଥା, ଆଉ ୩୯ ଥର ବାକି ରହିଲା।
/sambad/media/post_attachments/wp-content/uploads/2023/10/teens.jpg)
ଉଲ୍ଲେଖଯୋଗ୍ୟ, ଗତବର୍ଷ ଦିଲ୍ଲୀରେ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୩ଜଣ ପିଲା ଗିରଫ ହୋଇଥିଲେ। ପୁଲିସ କହିଥିଲା କି, ସେମାନେ ଗ୍ୟାଙ୍ଗ୍ଷ୍ଟର୍ମାନଙ୍କ ଉପରେ ଆଧାରିତ ‘ପୁଷ୍ପା’ ଓ ‘ଭୌକାଲ୍’ ଆଦି ଚଳଚ୍ଚିତ୍ରଦ୍ବାରା ଅନୁପ୍ରେରିତ ହୋଇ ଏଭଳି କାଣ୍ଡ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଅପ୍ଲୋଡ୍ କରିବା ପାଇଁ ସେମାନେ ଉକ୍ତ ହତ୍ୟାକାଣ୍ଡର ଭିଡିଓ ବି ଉତ୍ତୋଳନ କରିଥିଲେ।