ହମୀରପୁର: ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ସ୍ବାମୀଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ସ୍ତ୍ରୀ। ଉତ୍ତରପ୍ରଦେଶର ହମୀରପୁରରେ ଘଟିଛି ଏଭଳି ଅଜବ ଘଟଣା। ବିବାହ ପରେ ସ୍ବାମୀ ବାରମ୍ବାର ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ବିରକ୍ତ ହୋଇଯାଇଥିଲେ ମହିଳା। ରବିବାର ଏହି ଘଟଣା ଘଟିଥିବା ବେଳେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ପୀଡ଼ିତ ସ୍ବାମୀ। ପୀଡ଼ିତଙ୍କ ନାମ ରାମୁ ନିଶାଦ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ମୁତାବକ, ବିବାହ ପରେ ପରେ ସବୁ କିଛି ଠିକ ଥିବା ବେଳେ କିଛି ବର୍ଷ ପରେ ରାମୁ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। କେବଳ ତାହା ନୁହେଁ ସେ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ ମଧ୍ୟ କରୁଥିଲେ। ଅନେକ ଥର ଇଚ୍ଛା ନଥାଇ ବି ସ୍ବାମୀଙ୍କୁ ଖୁସି କରାଇବା ପାଇଁ ମହିଳା ସବୁ ସହିଯାଉଥିବା ବେଳେ ବାରମ୍ବାର ଏଭଳି ହେବାରୁ ‌ସେ ବିରକ୍ତ ହୋଇଯାଇଥିଲେ। ଏହି କାରଣରୁ ମହିଳାଜଣକ ରବିବାର ରାଗରେ ସ୍ବାମୀଙ୍କ ଗୁପ୍ତାଙ୍ଗ କାମୁଡ଼ି ଦେଇଥିଲେ। ଏବେ ରାମୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ପରିବାର ଲୋକେ ଏନେଇ ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।