ଉନାଓ: ଗୁରୁବାର ପ୍ରତ୍ୟୁଷରେ ଉତ୍ତର ପ୍ରଦେଶର ଉନାଓ ଜିଲ୍ଲାରେ ଜଣେ ଯୁବତୀଙ୍କୁ ଛଅ ଜଣ ଗଣଦୁଷ୍କର୍ମ ଅଭିଯୁକ୍ତ ଛୁରି ଭୁଷି ପୋଡ଼ି ପକାଇଛନ୍ତି। ଯୁବତୀଜଣକ ରାୟ ବରେଲି ଯିବା ଲାଗି ବଡ଼ିଭୋର୍ ଟ୍ରେନ୍ ଧରିବାକୁ ଯିବା ବାଟରେ ମାର୍ଚ ମାସରେ ତାଙ୍କ ସହ ଦୁଷ୍କର୍ମ କରିଥିବା ଛଅ ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲେ ବୋଲି ପୁଲିସ କହିଛି।
ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ସେ ଦୁଷ୍କର୍ମ ପୀଡ଼ିତା ଦଗ୍ଧ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ କାନପୁରସ୍ଥିତ ଏଲ୍ଏଲ୍ଆର୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
/sambad/media/post_attachments/wp-content/uploads/2019/12/rape-300x169.jpg)
ପୁଲିସକୁ ଦେଇଥିବା ବିବୃତିରେ ପୀଡ଼ିତା କହିଛନ୍ତି ଯେ ଛଅଜଣ ଲୋକ ତାଙ୍କୁ ମୁଣ୍ଡକୁ ପିଟି ବେକରେ ଛୁରି ଭୁସିଥିଲେ। ସେ ପଡ଼ିଯିବାରୁ ସେମାନେ କିରାସିନ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇ ଅଭିଯୁକ୍ତମାନେ ଧାଇଁ ପଳାଇଥିଲେ।
ଅଦୂରରେ ଥିବା କେତେକ ଲୋକେ ଧାଇଁ ଆସି ତାଙ୍କୁ ଉଦ୍ଧାର କରିଥିଲେ ଓ ପୁଲିସକୁ ଖବର ଦେଇଥିଲେ। ପୀଡ଼ିତାଙ୍କ କହିବା ଅନୁସାରେ, ମାର୍ଚ ୨୦୧୯ରେ ଏହି ବ୍ୟକ୍ତିମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ସେ ଏଫ୍ଆଇଆର୍ ଦେଇଥିଲେ।