ହୋଟେଲରେ ମହିଳାଙ୍କୁ ତିନି ଦିନ ବନ୍ଦୀ ରଖି ପିଟିପିଟି ଦୁଷ୍କର୍ମ ଅଭିଯୁକ୍ତ ଫେରାର

ମିରଟ: ଉତ୍ତରପ୍ରଦେଶରେ ଜନୈକା ମହିଳାଙ୍କୁ ଏକ ହେଟେଲରେ ଦୀର୍ଘ ତିନିଦିନ କାଳ ବନ୍ଦୀ କରି ରଖାଯିବା ସହ ତାଙ୍କୁ ମାଡ଼ମାରି ଦୁଷ୍କର୍ମ କରାଯିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସଂପର୍କରେ ସୂଚନା ଦେଇ ରବିବାର ଦିନ ପୁଲିସ କହିଛି ଯେ ଏଠାର ଏକ ହୋଟେଲରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ବନ୍ଦୀ କରି ରଖାଯାଇଥିଲା ଏବଂ ତାଙ୍କୁ ପିଟିପିଟି ତାଙ୍କର ଦୁଷ୍କର୍ମ କରାଯାଇଥିଲା।
ପୁଲିସ ନିକଟରେ ମହିଳାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କୁ ଜଣେ ବ୍ୟକ୍ତି ବଳପୂର୍ବକ ଏକ ହୋଟେଲକୁ ନେଇଥିଲେ; ଯେଉଁଠାରେ ତାଙ୍କୁ ନିଶାଦ୍ରବ୍ୟ ସହିତ ପାନୀୟ ପିଇବାକୁ ଦିଆଯାଇଥିଲା ଏବଂ ତିନି ଦିନ ଧରି ବଳାତ୍କାର କରାଯାଇଥିଲା ବୋଲି ସେ ଆଗତ ଅଭିଯୋଗରେ କହିଛନ୍ତି। ମହିଳା ଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ବ୍ୟକ୍ତି ଜଣକ ତାଙ୍କୁ ମାଡ଼ ମାରିଥିଲେ। ଅପରପକ୍ଷରେ ଘଟଣାର ତଦନ୍ତ କରୁଥିବା ପୁଲିସ କହିଛ ଯେ ଉଭୟ ପୀଡ଼ିତା ମହିଳା ଏବଂ ଅଭିଯୁକ୍ତ ପୁରୁଷ ପରସ୍ପରକୁ ପୂର୍ବରୁ ଜାଣିଛନ୍ତି। ତେବେ, ଏହି ଘଟଣାରେ ଅଭିଯୁକ୍ତ ଥିବା ରାହୁଲ ବର୍ମା ଏବେ ଫେରାର ଅଛି। ପୁଲିସ୍‌ ପୀଡ଼ିତା ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର