ଆଗ୍ରା: ଯମୁନା ଏକ୍ସପ୍ରେସ ୱେରେ ଲକ୍ଷ୍ମୌରୁ ଦିଲ୍ଲୀ ଯାଉଥିବା ଏକ ଚଳନ୍ତା ବସରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ପୀଡିତା ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ମାଣ୍ଟ ଟୋଲରୁ ବସକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ନାମ ରବି ଓ ସେ ମୋତିପୁରର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀର ରୋହିଣୀସ୍ଥିତ ସେକ୍ଟର -୨୧ରେ ବସବାସ କରୁଥିବା ଜଣେ ବିବାହିତା ମହିଳା ଏକ ଏସି ବସ୍ରେ ଲକ୍ଷ୍ନୌରୁ ଦିଲ୍ଲୀକୁ ସନ୍ଧ୍ୟାରେ ଯାଉଥିଲେ। ବସ୍ରେ ଯାଉଥିବା ସମୟରେ ଯମୁନା ଏକ୍ସପ୍ରେସ ୱେରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ଏନେଇ ଫୋନରେ ୧୦୦କୁ ଡାୟଲ୍ କରି ଦୁଷ୍କର୍ମ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।
ସୂଚନା ମିଳିବା ମାତ୍ରେ ପିଆରବି ସକ୍ରିୟ ହୋଇ ବସର ପିଛା କରି ୬୫କିମି ପର୍ଯ୍ୟନ୍ତ ଯିବା ପରେ ବସକୁ ଅଟକାଇବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲା। ବସ୍ରେ ପାଖାପାଖି ୪୫ଜଣ ଯାତ୍ରୀ ଥିଲେ। ସମସ୍ତଙ୍କୁ ବସରୁ ଓହ୍ଲାଇ ଅନ୍ୟ ଏକ ବସ୍ରେ ବସାଇ ନିଜନିଜ ଗନ୍ତବ୍ୟ ସ୍ଥାନକୁ ପହଞ୍ଚାଇ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/35__1576661506.jpg)